ବୈଷ୍ଣବ ପଦାବଳୀ - 'ସଖୀର ଛଳୋକ୍ତି'
କବି - ଗୌରହରି ପରିଚ୍ଛା
(ରାଗ-ସାହନା।
ତାଳ-ଆଡ)
ଏତେ
ଦିନେ ଜାଣିଲି ତୋର ଚିତ୍ତ ପରାଣ
ମିତ
କେତେ
ପରି ମୁହିଁ ପଚାରିଲେ ସହି,
ଘେନୁ
ପରା ଅହିତ। ଘୋଷା ।
କହୁଥିଲା
କେତେ,
ବିଶାଖିକା ମୋତେ ପକାଇ ତା’ ଶପତ
ଅଣୁ
ପରମାଣ ହେଲେ ତା’ ବଚନ କରୁ ନ ଥିଲି
ସତ । ୧।
ତା’
କଥା ପ୍ରସଙ୍ଗ ମାତ୍ରକେ ତୋ ଅଙ୍ଗ,
ହେବାର
ପୁଲକିତ
ବିଚାରୁଛି
ମୁହିଁ,
ଆରେ
ପ୍ରାଣସହି,
ହେଲୁ
ତା'ର ଆୟତ୍ତ । ୨।
ମୁଁ
କିସ ଜାଣଇ ବୋଲୁ ପରା ସହି ଏ କିସ
ବିପରୀତ
କରଦ
ଦଶନ ଚିହ୍ନେ ଅପଘନ ହୋଇବାର
ପୂରିତ । ୩।
ସେ
ଏକ ଦିନରେ କେତକୀ ଦଳରେ ଲେଖିବା
ହକିକତ
ଦେବା କାଳେ
ପୁଣି ଦେଖିଲା ସଙ୍ଗିନୀ ଲୁଚାଇଲୁ
ତୁରିତ । ୪।
ଦ୍ୱିଜ
ଗୌରହରି ବୋଲେ ଆରେ ଗୋରୀ ହେଲା
କି ଗୋ ଉଚିତ
ପ୍ରିୟ
ସହଚରୀ ଠାରେ ଏହି ପରି କରିବାର ଗୁପତ । ୫।
ଶବ୍ଦାର୍ଥ
କରଜ-ନଖ
ଦଳ-ପତ୍ର
No comments:
Post a Comment