Tuesday, May 08, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୩


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଏକ ଭାରତୀୟ ଗ୍ରାମର ଦୃଶ୍ୟ (୧୯୨୦ ମସିହାରେ ଉତ୍ତୋଳିତ): ୱିକିମିଡିଆ କମନ୍ସ୍




କ୍ଷୀର ଯେବେ ଖାଇ ବସିବ
ସଙ୍ଗେ ଥିବ ଗାଈ ।
କଳି ଯଦି କରି ବସିବ
ସଙ୍ଗେ ଥିବ ଭାଇ ।

ଅର୍ଥ: ଅସୁବିଧା ସୁବିଧାରେ ନିଜ ମା’ ପେଟର ଭାଇ ହିଁ ସବୁବେଳେ ତୁମ ସଙ୍ଗରେ ରହିବ । ତେଣୁ ଭାଇ ପ୍ରତି କେବେ ବିମୁଖ ହେବା ଉଚିତ ନୁହେଁ ।

୬୨ 

ପଙ୍କ ଭିତରେ ପଦ୍ମ ।

ଅର୍ଥ: ଅତି ଖରାପ ପରିବେଶ ମଧ୍ୟରୁ ଏକ ବିରଳ ବ୍ୟକ୍ତିତ୍ୱର ଆବିର୍ଭାବ ହେବ ।

୬୩ 

ତତେ ମୁଁ ଯେ ଦେଖିପାରେ,
ଉଅାଁସ ରାତିରେ ଉକୁଣି ମାରେ ।

ଅର୍ଥ: କାହାର ଉନ୍ନତିରେ ଇର୍ଷା ବା ଅସହିଷ୍ଣୁତା ପ୍ରକାଶ କରିବା ।

୬୪

ଭାଇର ଭାତ, ଭାଉଜ ହାତ
ପଖାଳ କଂସାଏ ଦିଅନ୍ତି ସଙ୍ଗାତ
ହୋଇଛି ଗୋବର ହାତ ।

ଅର୍ଥ: କୌଣସି ବ୍ୟକ୍ତିକୁ କଥାରେ ଭଳେଇ ଦେଇ କିଛି ନ ଦେଇ ବିଦା କରିଦେବା ।

୬୫

ଚାଲି ନଜାଣି ବାଟର ଦୋଷ ।

No comments:

Post a Comment