Monday, May 28, 2018

ପାରମ୍ପାରିକ ଭଜନ - 'ଗୁରୁ ମୋର ରଜକରାଜ'


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗୁରୁ ମୋର ରଜକରାଜ,
ଗୁରୁ ମୋର ରଜକ ରାଜ ।
ମନର ମଇଳା ଘଷି ମାଜି ଧୋଇ
ଶୁଖାଇ ରଙ୍ଗାଇ କରନ୍ତି ସଜ ।୦।

ଆତ୍ମଜ୍ଞାନ ତା'ଙ୍କ ତୁଠର ପଥର
ଚିତ୍ତ ମୋ ଅଜ୍ଞାନ ଅଟଇ ଚୀର ।
ଜ୍ଞାନ ବାକ୍ୟ ପିଟଣାରେ ପିଟିପିଟି
ବାସନାର ଦାଗ କରନ୍ତି ଦୂର ।୧।

ବୁଦ୍ଧି ମୋ'ର ମୂଢ଼ ବତୁରେ ଶଙ୍କାରେ
ନିଜାନନ୍ଦ ସଙ୍ଗ ଅଟଇ ଖରା ।
ବେଦାନ୍ତ ମାର୍ତ୍ତଣ୍ଡ ଜ୍ଞାନାଲୋକେ ଦେଖ
ମନ ମୋର ଶୁଖି ହେବ ପାପରା ।୨।

ନିଜାନନ୍ଦ ରଙ୍ଗେ ରଙ୍ଗି ଅହଙ୍କାର
ନାଶ ଯିବ ନିଶ୍ଚେ ମୁହିଁ ଜାଣିଛି ।
କହ ଭକ୍ତ ଜନେ ସିଲୁ ରାଉତର
ଏହାଠୁ ଆଉ କି ସୌଭାଗ୍ୟ ଅଛି ।୩।

No comments:

Post a Comment