Tuesday, October 03, 2017

ବିଷୟ ତତ୍ତ୍ୱ : ଅକ୍ଟାଭିଓ ପାଜ୍‌ 

ଅନୁବାଦ - ଗୋର୍ବାଚାଭ୍


ଅକ୍ଟାଭିଓ ପାଜ୍ (୧୯୧୪-୧୯୯୮)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଘଣ୍ଟାଟି ବତାଏ ସମୟର ସଦ୍ୟ ସ୍ଥିତି,
ସମୟ ପିଠିରେ ବସି "ବର୍ତ୍ତମାନ" ଆସିଯାଇଛି,
କିନ୍ତୁ ଏହା ସମୟ ନୁହେଁ, ଆଦୌ ନୁହେଁ;
ସମୟକୁ ବାଟୋଇ ଦେବାର ବେଳେ ଆସିଯାଇଛି,
ବର୍ତ୍ତମାନ ଯାହା ଅଛି, ତାହା କାଳ ନୁହେଁ,
ଏହା ଯଦି କାଳ ତେବେ ତ ବର୍ତ୍ତମାନ ଆଦୌ ନୁହେଁ–
(କାରଣ) ସମୟ ବର୍ତ୍ତମାନକୁ ଅନ୍ତଃସ୍ଥ କରିଦିଏ ।।

ଆଜି ଯାହା ଅଛି ତାହା ହିଁ କାଳ;
ବନ୍ଦ ଅଛି ବାତାୟନ,
ପାଚେରୀଟି ଖାଲି ନୁହେଁ ଦରଜାଟି ମଧ୍ୟ–
ଶବ୍ଦ ସବୁ ଘରକୁ ଫେରିବାକୁ ବ୍ୟଗ୍ର,
ଆମେ କିନ୍ତୁ ହୋଇଯାଉ ସଂପୂର୍ଣ୍ଣ ନିସଙ୍ଗ ।।

No comments:

Post a Comment