Thursday, March 31, 2016

କଟକର ଲୋକଗୀତ - ଫୁଲ ବଉଳବେଣୀ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ମଥୁରାକୁ ଗଲେ  
କାନ୍ଦିଲେ ଯଶୋଦାରାଣୀ ଗୋ
ଫୁଲ ବଉଳବେଣୀ ।।

କରମଙ୍ଗା ଗଛ ଛାଇଲୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ବନସ୍ତକୁ ଗଲେ 
ସଙ୍ଗେ ଥିଲେ ବଡ଼ ଭାଇ ଗୋ 
ଫୁଲ ବଉଳବେଣୀ ।।

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୁଆଁରୀମାନେ ଯେ ପୁଚି ଖେଳୁଛନ୍ତି 
ଝୁଣ୍ଟିଆ ଶବଦ ଶୁଣ ଗୋ
ଫୁଲ ବଉଳ ବେଣୀ ।।

କଇଁଫୁଲ ଗୋଟି ଗୋଟି ଗୋ ଫୁଲ ବଉଳବେଣୀ । 
ରାଧା ଯେତେବେଳେ ଦୋଳି ଖେଳୁଥିଲେ 
ବେଣୀ ଯାଉଥିଲା ଲୋଟି ଗୋ
ଫୁଲ ବଉଳବେଣୀ ।।

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ  କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଙ୍କଳନ 'ଓଡ଼ିଆ ଲୋକଗୀତ' (ଭୁବନେଶ୍ୱର, ୨୦୧୩; ପ୍ରଥମ ପ୍ରକାଶ ୧୯୯୪) ରୁ ଆହୃତ ।

No comments:

Post a Comment