Friday, March 18, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୨ - ୮ 


ଅନୁବାଦକ - ଉତ୍କଳ ବ୍ୟାସ ଶ୍ରୀ ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଅର୍ଜୁନ ଉବାଚ 


ବ୍ୟାମିଶ୍ରେଣେବ ବାକ୍ୟେନ ବୁଦ୍ଦିଂ ମୋହୟସୀବ ମେ ।

ତଦେକଂ ବଦ ନଶ୍ଚିତ୍ୟ ୟେନ ଶ୍ରେୟୋଽହମାପ୍ଲୁୟାମ୍ ।୨।


ଜ୍ଞାନର  ପ୍ରଶଂସା ତୁମ୍ଭେ କେବେ କା କରୁଛ । କର୍ମ ଶ୍ରେଷ୍ଠ ବୋଲି ପୁଣି କେବେ ବା କରୁଛ ।।
ଏଥିରେ ହୋଇଛି ମୋର ଜ୍ଞାନ ବିମୋହିତ ।ସମ୍ପ୍ରତି ବୋଲନ୍ତୁ ଯାହା ମୋର ପକ୍ଷେ ହିତ ।୨।

ଶ୍ରୀଭଗବାନଉବାଚ 


ଲୋଽକେସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟନଘ ।
ଜ୍ଞାନୟୋଗେନ ସାଂଖ୍ୟାନାଂ କର୍ମୟୋଗେନ ୟୋଗିନାମ୍ ।୩।

ପୂର୍ବେ ବୋଲିଅଛୁଁ ବ୍ରହ୍ମନିଷ୍ଠା ଦୁଇରୂପ । ସମ୍ପ୍ରତି ବୋଲୁଛୁ ‌ଶୁଣ ତାହାର ସ୍ୱରୂପ ।।
ଶୁଦ୍ଧଚେତାମାନଙ୍କର ଅଟେ ଜ୍ଞାନଯୋଗ । ଯୋଗୀମାନଙ୍କର ପୁଣି ଅଟେ କର୍ମଯୋଗ।୩।

ନ କର୍ମ୍ମଣା ମନାରମ୍ଭା ନ୍ନୈଷ୍କର୍ମ୍ମ୍ୟଂ ପୁରୁଷୋଽଶ୍ନୁତେ ।
ନ ଚ ସନ୍ନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।୪।

ପୁରୁଷ ନ କରେ ଯେବେ କର୍ମ ଅନୁଷ୍ଠାନ । କେଭେ ପ୍ରାପ୍ତ ହୋଇପାରେ ନାହିଁ ତତ୍ତ୍ୱଜ୍ଞାନ ।।
ଜ୍ଞାନ ଯୋବ ବିନା ଯେ କେବଳ ସନ୍ନ୍ୟାସରେ । ସିଦ୍ଧିଲାଭ ହେବ ନାହିଁ ଘେନ ହେ ମନରେ ।୪।

ନହି କଶ୍ଚିତ୍-କ୍ଷଣମପି ଜାତୁ ତିଷ୍ଠତ୍ୟକର୍ମକୃତ୍ ।
କାର୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।୫।

ପୁରୁଷ ନକରି କେଭେ କର୍ମ ଅନୁଷ୍ଠାନ ଦଣ୍ଡେମାତ୍ର କରି ନ ପାରଇ ଅବସ୍ଥାନ ।।
ଇଚ୍ଛା ନ କଲେ ହେଁ ଲୋକ ପ୍ରକୃତି ଗୁଣରେ । କର୍ମରେ ନିଯୁକ୍ତ ହୋଇଥାନ୍ତି ନିରନ୍ତରେ ।୫।

କର୍ମେନ୍ଦ୍ରିୟାଣି ସଂୟମ୍ୟ ୟ ଆସ୍ତେ ମନସା ସ୍ମରନ୍ ।
ଇନ୍ଦ୍ରିୟାର୍ଥାନ୍ ବିମୂଢ଼ାତ୍ମା ମିଥ୍ୟାଚାରଃ ସ ଉଚ୍ୟତେ ।୬।

ଯେଉଁଲୋକ ସଂଯମ ନ କରି କର୍ମେନ୍ଦ୍ରିୟ । ମନମଧ୍ୟେ ଚିନ୍ତା କରେ ଇନ୍ଦ୍ରିୟ ବିଷୟ ।।
ମୂଢ଼ାତ୍ମା କପଟାଚାରୀ ବୋଲି ତାକୁ ଜାଣ । ସର୍ବଦା କରନ୍ତି ନିନ୍ଦା ତାକୁ ସାଧୁଜନ ।୬।

ୟସ୍ତ୍ୱିନ୍ଦ୍ରିୟାଣି ମନସା ନିୟମ୍ୟାରଭତେଽର୍ଜୁନ ।
କର୍ମ୍ମେନ୍ଦ୍ରିୟୈଃ କର୍ମୟୋଗ ମସକ୍ତଃ ସ ବିଶିଷ୍ୟତେ ।୭।

ଯେବା କରି ଜ୍ଞାନେନ୍ଦ୍ରିୟଗଣେ ବଶୀଭୂତ । ଫଳ ଅଭିଳାଷ ତ୍ୟାଗ କରିଣ ସତତ ।।
କର୍ମେନ୍ଦ୍ରିୟ ଦ୍ୱାରା କରେ କର୍ମ ଅନୁଷ୍ଠାନ । ସେହି ଲୋକ ଶ୍ରେଷ୍ଠ ବୋଲି ଜାଣ ହେ ଅର୍ଜୁନ ।୭।

ନିୟତଂ କୁରୁ କର୍ମ୍ମତ୍ୱ‌ଂ କର୍ମ୍ମଜ୍ୟାୟୋ ହ୍ୟକର୍ମ୍ମଣଃ ।
ଶରୀରୟାତ୍ରାପି ଚ ତେ ନ ପ୍ରସିଦ୍ଧେଦକର୍ମଣଃ ।୮।

ଅତଏବ କର ତୁମ୍ଭେ କର୍ମ ଅନୁଷ୍ଠାନ । କର୍ମଭାବେ ଦେହଯାତ୍ରା ଅନିଷ୍ଟକାରଣ ।୮। 

No comments:

Post a Comment