ଗୁଲଜାର୍ ଙ୍କ କବିତା - 'କବିତା'
ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ)
 |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କ୍ଷଣେ କ୍ଷଣେ ବସିଥିବା କବିତାକୁ
ପ୍ରଜାପତି ଜାଲରେ ବାନ୍ଧିଦବା ଓ
କବିତାର ପରକାଟି
ତାକୁ ଆଲବମ୍ ରେ ପିନ୍ କରିବା
ପାପ ନୁହେଁ ତ ଆଉ କଅଣ ?
କାଗଜରେ ପଡ଼ି କବିତା ସ୍ଥାଣୁ ହୋଇଯାଏ ।
କବିତାର ରଙ୍ଗ ଆଙ୍ଗୁଳିରେ ଲାଗିଥାଏ ।
No comments:
Post a Comment