ଜଗନ୍ନାଥ ଭଜନ - ଦୀନବନ୍ଧୁ ମୋ ଦୁଃଖ ନ ଗଲା ଯେ
କବି - ଅଚ୍ୟୁତାନନ୍ଦ ଦାସ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=PSLcTT4jZs8
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଦୀନବନ୍ଧୁ ! ମୋ ଦୁଃଖ ନ ଗଲା ଯେ ।
ତୁମେ ଦୀନବନ୍ଧୁ ମୋ ବନ୍ଧୁ ନୋହିଲେ
ମୋ ବନ୍ଧୁ ହୋଇବ କେ ।।
ଦୀନବନ୍ଧୁ ବୋଲି ଯାହାକୁ କହନ୍ତି ସେହି ତ ପରମ ଯୋଗୀ
ଦୁଃଖୀ ଲୋକଙ୍କର ଦୁଃଖ ନିବାରଣ ସୁଖୀ ଲୋକଙ୍କର ଭୋଗୀ ।୧।
ଅତି ଆରତରେ ମୃଗୁଣୀ ଡାକିଲା ଇନ୍ଦ୍ରକୁ ପେଷିଲ ହରି ।
ମୃଗୁଣୀ ଆରତ ଫେଡ଼ି ଜଗନ୍ନାଥ ତାହାରି ମାନ ଉଦ୍ଧରି ।୨।
ତୁଳସୀର ଜଟ ତୁଳସୀ ମୁକୁଟ ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉରା ପାଶେ ଅନାଇଲେ ନୀଳଚକ୍ର ଦିଶୁଥାଇ ।୩।
ଅବନୀର ଭାର ସଙ୍କଟ ପଡିଲା ପଥରକୁ କଲ ଭେଳା ।
ଅକୂଳ ସମୁଦ୍ରେ ମୋ ଭେଳା ଭାସୁଛି ପାରିକର ଚକାଡ଼ୋଳା ।୪।
ସମୁଦ୍ର ତଟରେ ପକ୍ଷୀ ଅଣ୍ଡା ଦେଲା ଡିମ୍ବ ନେଲା ରତ୍ନାକର ।
ସପ୍ତ ଡିମ୍ବ ତାର ଜଳରେ ଭାସିଲା ପାରି କଲ ଚକ୍ରଧର ।୫।
ଚକ୍ଷୁକୁ ଯେସନେ ପିଛୁଡ଼ା ଆବୋରି ଭକ୍ତକୁ ତେହ୍ନେ ଗୋସାଇଁ ।
ଦୀନ ଅଚ୍ୟୁତ ଯେ ଭାବରେ ଭଣିଲେ ପ୍ରଭୁପଦ ଚିତ୍ତେ ଧ୍ୟାୟି । ୬।
No comments:
Post a Comment