କଟକର ଲୋକଗୀତ - ଫୁଲ ବଉଳବେଣୀ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ମଥୁରାକୁ ଗଲେ
କାନ୍ଦିଲେ ଯଶୋଦାରାଣୀ ଗୋ
ଫୁଲ ବଉଳବେଣୀ ।।
କରମଙ୍ଗା ଗଛ ଛାଇଲୋ ଫୁଲ ବଉଳବେଣୀ ।
କୃଷ୍ଣ ଯେତେବେଳେ ବନସ୍ତକୁ ଗଲେ
ସଙ୍ଗେ ଥିଲେ ବଡ଼ ଭାଇ ଗୋ
ଫୁଲ ବଉଳବେଣୀ ।।
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ ।
କୁଆଁରୀମାନେ ଯେ ପୁଚି ଖେଳୁଛନ୍ତି
ଝୁଣ୍ଟିଆ ଶବଦ ଶୁଣ ଗୋ
ଫୁଲ ବଉଳ ବେଣୀ ।।
କଇଁଫୁଲ ଗୋଟି ଗୋଟି ଗୋ ଫୁଲ ବଉଳବେଣୀ ।
ରାଧା ଯେତେବେଳେ ଦୋଳି ଖେଳୁଥିଲେ
ବେଣୀ ଯାଉଥିଲା ଲୋଟି ଗୋ
ଫୁଲ ବଉଳବେଣୀ ।।
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ପ୍ରସନ୍ନ କୁମାର ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ଓ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ସଙ୍କଳନ 'ଓଡ଼ିଆ ଲୋକଗୀତ' (ଭୁବନେଶ୍ୱର, ୨୦୧୩; ପ୍ରଥମ ପ୍ରକାଶ ୧୯୯୪) ରୁ ଆହୃତ ।