Saturday, April 07, 2018

ପାଲି ଧମ୍ମପଦ (୭୫) ର ଓଡ଼ିଆ  ପଦ୍ୟାନୁବାଦ

୧୬ ବାଳବଗ୍ଗୋ (ବାଳ ବର୍ଗ)



ୠଷ ଦେଶର ଦକ୍ଷିଣ ସାଇବେରିଆର ବୈକାଳ ସାଗରରେ ସ୍ଥିତ ଓଗଏ ଦ୍ୱୀପରେ ସ୍ଥିତ ବୋଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ପଥ ଯାହା ଅଛି ଜାଣ ଲାଭର କାରଣ
ନିର୍ବାଣ-ସରଣୀ ଅଟେ ତାହାଠାରୁ ଭିନ୍ନ 
ବୁଦ୍ଧଙ୍କ ଶ୍ରାବକ କରି ଏହି ପରି ଜ୍ଞାନ
ସତ୍କାରକୁ ନ କରିବ ସେ ଅଭିନନ୍ଦନ
ବିବେକ ଏକାନ୍ତଚର୍ଯ୍ୟା କରିବ ବର୍ଦ୍ଧନ । ୧୬।

ଅଞ୍ଞାହି ଲାଭୂପନିସା ଅଞ୍ଞ ନିବ୍ବାନଗାମିନୀ
ଏବମେତଂ ଅଭିଞ୍ଞାୟ ଭିକ୍ଖୁ ବୁଦ୍ଧସ୍ସ ସାବକୋ ।
ସକ୍କାରଂ ନାଭିନନ୍ଦେୟ୍ୟ ବିବେକମନୁବ୍ରୂହୟେ  ।୧୬।

ଅନ୍ୟା ହି ଲାଭୋପନିଷଦ୍ ଅନ୍ୟା ନିର୍ବାଣଗାମିନୀ ।
ଏବମେତତ୍ ଅଭିଜ୍ଞାୟ ଭିକ୍ଷୁଃ ବୁଦ୍ଧସ୍ୟ ଶ୍ରାବକଃ ।
ସତ୍କାରଂ ନାଭିନନ୍ଦେତ୍ ବିବେକମନୁବୃଂହୟେତ୍ ।୧୬। 

No comments:

Post a Comment