Sunday, April 15, 2018

ପ୍ରାଦେଶିକତା 

(କୁଙ୍କୁମ ପୃଷ୍ଠାରୁ ଏକ ସମ୍ପାଦକଙ୍କୁ ଚିଠି)

ମଧୁସୂଦନ ପଟ୍ଟନାୟକ (କଲିକତା)


ଭାରତର ହାଇଦ୍ରାବାଦ ରାଜ୍ୟ ଦଖଲ ପରେ ସମର୍ପଳ ପର୍ବ (ୱିକିମିଡିଆ କମନ୍ସ୍) 

କିଛିଦିନ ପୂର୍ବରୁ ଅର୍ଥାତ୍ ହାଇଦ୍ରାବାଦର ଦଖଲର ଠିକ୍ ପରେପରେ ଭାରତର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । 

ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଡାକ୍ତର ବି. ସି. ରାୟ କହିଥିଲେ ଯେ ସେ ଖୁବ ଗର୍ବ ଅନୁଭବ କରୁଚନ୍ତି କାରଣ ହାଇଦ୍ରାବାଦ ଅଭିଯାନର ସଫଳତା ଭିତରେ ବଙ୍ଗାଳୀ ମେଜର୍ ଜେନେରାଲ୍ ଚୌଧୁରୀ, ମେଜର୍ ଜେନେରାଲ୍ ରୁଦ୍ର ଓ ଏଆର ଭାଇସମାର୍ସାଲ ମୁଖାର୍ଜି ନିହିତ ଅଛନ୍ତି । 

ଜଣେ କଙ୍ଗ୍ରେସ ପ୍ରଧାନମନ୍ତ୍ରୀଙ୍କର ଏପରି ଶସ୍ତା, ପ୍ରାଦେଶିକ ଅଭିମତରେ ମୁଁ ଦୁଃଖ ପ୍ରକାଶ କରୁଛି । ଆମର ସୈନ୍ୟ ବିଭାଗ କୌଣସି ଗୋଟିଏ ପ୍ରଦେଶର ନୁହେଁ, ସମୁଦାୟ ଭାରତର ।    

ବି.ଦ୍ର. - ସୃଜନିକା ଅନୁଷ୍ଠାନ ଦ୍ୱାରା ଡିଜିଟାଲକରଣ ହୋଇଥିବା ହାତଲେଖା ପତ୍ରିକା 'କୁଙ୍କୁମ'ର ପ୍ରଥମ ବର୍ଷର ଦ୍ୱିତୀୟ ସଙ୍ଖ୍ୟା (ନଭେମ୍ବର ୧୯୪୮)ରୁ ଆହୃତ । ପତ୍ରିକାଟି ବମ୍ବେରୁ ପ୍ରକାଶିତ ହେଉଥିଲା । ସମ୍ପାଦକ ଥିଲେ ଦେବ ମହାପାତ୍ର । ପରିଚାଳନା ସମ୍ପାଦକ ଥିଲେ ଧୀରେନ୍ ଦାଶ ।

No comments:

Post a Comment