Thursday, April 05, 2018

ଲାଉ ଚଟଣି

ସରୋଜିନୀ ଚୌଧୁରୀ


ଲାଉଫୁଲ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସାମଗ୍ରୀ - ଲାଉ ଫାଳେ, ଲୁଣ ଚାମଚେ, ଲେମ୍ବୁ ବଡ଼ ଦେଖି ଗୋଟାଏ, ନଡ଼ିଆ ଫାଳେ, ଚିନି ଚାମଚେ, ପୋସ୍ତଦାନା ଛୋଟ ଏକ ଚାମଚ, ଗୋଲମରିଚ ସୁକି ଓଜନ, ପାଚିଲା ଲଙ୍କାମରିଚ ଗୋଟାଏ । 

ପ୍ରଣାଳୀ - ଲାଉ କୋରି ଧୋଇ ଖଣ୍ଡିଏ କନାରେ ପୁଟୁଳି କରି ବାନ୍ଧି ଭାତରେ ପକାଅ । ନଡ଼ିଆ କୋରି ପୋସ୍ତର ବାଲି ବାହାର କରି ଧୋଇ ଛାଣି ଶୁଖିଲା ତାୱାରେ ପକାଇ ଭାଜି ନିଅ, ଗୋଲମରିଚଗୁଣ୍ଡା କର ଏବଂ ମରିଚଟି ଲମ୍ବ ଲମ୍ବ କରି କାଟ ।

ଲାଉ କୋରା ସିଝିଗଲେ ବାହାର କରି କିଛିକ୍ଷଣ ଥଣ୍ଡା ହେବାକୁ ଦିଅ; ଟିକେ ଚିପୁଡ଼ି ନିଅ । ଲୁଣ, ଲେମ୍ବୁ ରସ, ନଡ଼ିଆ କୋରା, ଚିନି, ପୋସ୍ତଭଜା, ଗୋଲମରିଚ ଗୁଣ୍ଡି ଓ କଟାମରିଚ ସମସ୍ତ ଏକ ସଙ୍ଗରେ ମିଶାଇ ଘାଣ୍ଟିଘୁଣ୍ଟି ରଖ ।

ବି.ଦ୍ର. - ଲାଉ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment