Tuesday, April 03, 2018

ସିପାହୀ ବିଦ୍ରୋହ ସମୟରେ ସୁରେନ୍ଦ୍ର ସାଏଙ୍କ ବିଷୟରେ ମାସିକ ସମାଚାର ପତ୍ରିକା 'ପ୍ରବୋଧ ଚନ୍ଦ୍ରିକା'ରେ ୧୮୫୭ ମସିହାରେ ପ୍ରକାଶିତ ଖବର


୧୮୨୫ ମସିହାରେ ମହାନଦୀଠାରୁ ସମ୍ବଲପୁର ଦୁର୍ଗର ଦୃଶ୍ୟ (ୱିକିମିଡିଆ କମନ୍ସ୍) 

ସମ୍ବଲପୁରର ଆସିଷ୍ଚଣ୍ଟ କମିଶନର ଶ୍ରୀଯୁତ କାପ୍ତାନ ଲି ସାହେବ ଲେଖି ଅଛନ୍ତି କି, ସମ୍ବଲପୁରର ରାଜବଂଶୀୟ "ସୁନ୍ଦର ସା" ନାମକ ଜଣେ ବ୍ୟକ୍ତି ହଜାରୀବାଗରେ କୟେଦ ଥିଲା ତାକୁ ବିଦ୍ରୋହି ସୈନ୍ୟମାନେ ମୁକ୍ତ କରି ଦେବାରୁ ସେ ସମ୍ବଲପୁରଠାରେ ପହଞ୍ଚି ରାଜବିଦ୍ରୋହାଚରଣରେ ପବୃତ୍ତ ହେବାର ସମ୍ଭାବନା ଅଛି, ଅତଏବ କଟକଠାରୁ ତିନି କମ୍ପନି ଓ ନାଗପୁରଠାରୁ ତିନି କମ୍ପନି ସୈନ୍ୟ ସମ୍ବଲପୁରଠାକୁ ଯିବାର ଆଜ୍ଞା ହୋଇଅଛି । ଏବଂ ବ୍ରହ୍ମପୁରଠାରେ ଯେଉଁ ୫ ନମ୍ବରୀ ପଲଟଣ ଅଛନ୍ତି ତହିଁ ମଧ୍ୟରୁ ପାଞ୍ଚ କମ୍ପନି କଟକ ଆସିବା ନିମନ୍ତେ ପ୍ରସ୍ଥାନ କରିଅଛନ୍ତି ପ୍ରାୟ ଏହି ମାସ ୧୫ ତାରିଖ ମଧ୍ୟରେ କଟକଠାରେ ପହୁଞ୍ଚିବେ ।

ଉତ୍ସ - ସୃଜନିକା ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଓଡ଼ିଆ ପତ୍ରପତ୍ରିକାର ଡ଼ିଜିଟାଲ ପ୍ରତି ।

No comments:

Post a Comment