Wednesday, April 11, 2018

ସାପ୍ତାହିକ ସମ୍ବାଦ (ଉତ୍କଳ ଦୀପିକା ପୃଷ୍ଠାରୁ)


ପେଣ୍ଟନଭିଲ ଜଇଲର ଚିତ୍ର (ୱିକିମିଡିଆ କମନ୍ସ୍)

ଏ ସପ୍ତାହ ମଧ୍ୟରେ କଟକ ସହରରେ ଗୋଟିୟେ ଦୁର୍ଘଟଣା ହୋଇଅଛି । ଲୁଣିଆସାହୀ ନିବାସୀ ରଘୁରାଜ ନାମକ ଏ ବ୍ୟକ୍ତିର ନାତିକୁ କେହି ଦୁରତ୍ମା ହତ୍ୟାକରି ପାଣସାହୀ ପୋଖରୀରେ ପକାଇ ଦେଇଥିଲା । ପିଲାର ବୟସ ଅନ୍ଦାଜ ବ୮ର୍ଷ । ଲାସ ତଦାରଖରେ ଦେଖାଗଲା ଯେ ତାହା ବେକ ମୁଣ୍ଡରେ ଅସ୍ତ୍ରର ଚିହ୍ନମାନ ଅଛି । ଓ ତାହାର ହାତରେଥିବା ଟ୧।ଅଣା ମୂଲ୍ୟର ଖଡ଼ୁ ବାହାର କରିନେଇ ଅଛି । ମକଦ୍ଦମା ପୁଲିସ ଦ୍ୱାରା ଅନୁସନ୍ଧାନ ହେଉଅଛି ମାତ୍ର ଆସାମିର କିଛିମାତ୍ର ସନ୍ଧାନ ପାୟାଯାଇ ନାହିଁ । ହଏ ! ଟ୧। ପାଇଁ ନରହତ୍ୟା ! ଏଥିରୁ ଆଉ ଅଧିକ ଦୁଷ୍କର୍ମ କି ଅଛି । ଅଥବା ଦୁର୍ଭିକ୍ଷ ଇତର ମନ୍ୟୁଷଙ୍କୁ କି ପର୍ଯ୍ୟନ୍ତ କାତର କରିଅଛି । ଏ ଭୟାନକ ଘଟଣା ସେଥିର ପରିଚୟ ମାତ୍ର ଦେଉଅଛି ।

ସମ୍ପାଦକୀୟ ଟୀକା - ଏହି ଅପରାଧ ଖବରଟି 'ଉତ୍କଳ ଦୀପିକା' ୧୮୬୬ ମସିହାର ସେପ୍ଟେମ୍ବର ଆଠ ତାରିଖରେ ପ୍ରକାଶିତ ସଙ୍ଖ୍ୟାରେ ଛପାଯାଇଥିଲା । ଉତ୍କଳ ଦୀପିକାର ଏହି ପ୍ରତିଟି ପାଇଁ ଆମେ ସୃଜନିକା ସଂସ୍ଥା ନିକଟରେ କୃତଜ୍ଞ ।

No comments:

Post a Comment