ଡଗର ପତ୍ରିକାର ପ୍ରଥମ ସଙ୍ଖ୍ୟାରେ ପ୍ରକାଶିତ ଏକ ଅଭିନନ୍ଦନିକା - 'ଆଶୀର୍ବାଣୀ'
କବିଶେଖର ଚିନ୍ତାମଣି ମହାନ୍ତି
![]() |
ସ୍ୱତନ୍ତ୍ର ଓଡ଼ିଶା ଗଠନ ସମୟରେ ବ୍ରିଟିଶ ଇଣ୍ଡିଆର ମାନଚିତ୍ର |
ସ୍ୱାଗତ ନବୀନବନ୍ଧୁ ହେ ଶିଶୁ ଡଗର,
ଅର୍ପ ନବୋତ୍କଳ କର୍ଣ୍ଣେ ମଙ୍ଗଳ ମନ୍ତର ।
ରାଜାଙ୍କ ହୁଅ ଦୂତ, ପ୍ରଜାଙ୍କର ମିତ୍ର,
ଦେଖାଅ ଉନ୍ନତ ନବ ସାହିତ୍ୟର ଚିତ୍ର ।
ହୁଅ ତୁମେ ଦୀର୍ଘଜୀବୀ, ସିଦ୍ଧ ମନୋରଥ,
ପୁଷ୍ପାସ୍ତୁତ ହେଉ ତବ ପୁଣ୍ୟ ଗତିପଥ ।
ଲଭ ଶିଶୁ ସମାଦର ପ୍ରାସାଦେ କୁଟୀରେ,
ବିଶ୍ୱବାଣୀ ଆଶୀର୍ବାଦ ବର୍ଷୁ ତବ ଶିରେ ।
ବି.ଦ୍ର. - ଏହି ଅଭିନନ୍ଦନିକାଟି 'ଡଗର' ପତ୍ରିକାର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟା (ଜ୍ୟେଷ୍ଠ ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରିକାର ଏହି ପ୍ରତିଟି ସୃଜନିକା ସଂସ୍ଥାର ସୌଜନ୍ୟରୁ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରୁଅଛୁ ।
No comments:
Post a Comment