Wednesday, March 07, 2018

ଓଡ଼ିଆ କବୀର ଭଜନ 'ତରିଯିବୁ ଯେବେ ଏ ଘୋର ସାଗର'


ଶିଷ୍ୟଙ୍କ ସହ କବୀର (୧୮୨୫ ମସିହାର ଛବି)
ୱିକିମିଡିଆ କମନ୍ସ୍

ତରିଯିବୁ ଯେବେ ଏ ଘୋର ସାଗର
ପ୍ରେମର ତରଣୀ ଧରରେ,
ତିମିର ଭେଦିଲେ ପାଇବୁ ଅନାଦି
ଶାଶ୍ୱତ ଶିବ ସୁନ୍ଦରରେ ।

ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଚର
ନମୋ ନାରାୟଣ ନମୋ ନିରାକାର
ଅମଳ କମଳ ଚରଣ ତଳକୁ 
ଲଗା ତୋ ମନ ଭ୍ରମରରେ ।

ପଞ୍ଚମନ କରି ସ୍ଥିର
ଷଡ଼ରିପୁକୁ ସଂହାର
ସାତତାଳ ପାଣି ତଳେ ଦେଖିବୁ ସେ,
ଅଷ୍ଟମ ଡାଳେ ଭ୍ରମରରେ ।

ଉତ୍ସ - ନାଟକ 'ଭକ୍ତ କବୀର' । ନାଟ୍ୟକାର - ଗୋଲକଚନ୍ଦ୍ର ମହାନ୍ତି । ପ୍ରକାଶକ, ଉତ୍କଳ ବାଣୀବିହାର: କଟକ । ୧୯୫୧ ମସିହା କିମ୍ବା ତାହା ପୂର୍ବରୁ ଲିଖିତ ।

No comments:

Post a Comment