କୌତୁକ-କୋଳାହଳ-ଚମ୍ପୂର 'ଝ'-ଗୀତ
କବିବର ହନୁମନ୍ତ ନକଲ ନବିସ
![]() |
ପକ୍ଷୀମାନଙ୍କୁ ଜଗିଥିବା ବିରାଡ଼ି (୧୧୨୦ ଖ୍ରୀଷ୍ଟ ପୂର୍ବ, ମିଶର ଦେଶର କଳା) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଝଗଡ଼ି ମାତ୍ରେ ହେଲୁ ରେ ଓଲୁ, ଝୁଣ୍ଟି ଝାମା ଗୋଡ଼ ରଗଡ଼ି ଦେଲୁ ।
ଝିଙ୍କାଝିଙ୍କି କରି ନୋହିବ ଫଳ, ଝାଡ଼ା ହୋଇ ହଟି ଯିବଟି ବଳ ।
ଝୁଙ୍କି ଛାଡ଼ି ଏବେ ମୋ ବୋଲ କର, ଝୁଟା କଥାଟାକୁ ମନେ ନ ଧର ।
ଝୋଟରେ ନିଆ ଲାଗିବା ପ୍ରକାର, ଝାଳବୁହା ସିନା ହୋଇବ ସାର ।
ଝାଞ୍ଜରା ମୁହଁକୁ ନାହିଁ କି ଲାଜ, ଝିଟ ପଣ ଏବେ ଝଟତି ତେଜ ।
ଝୁଣା ପଣା ବଳୀ ମନାସ କଲେ, ଝାଡ଼ଖଣ୍ଡି ଦୟା କରିବେ ଭଲେ ।
ଉତ୍ସ - 'ରସଚକ୍ର' ପତ୍ରିକାର ଦ୍ୱିତୀୟ ବର୍ଷ ଟତୁର୍ଥ ସଙ୍ଖ୍ୟା । ଜ୍ୟେଷ୍ଠ ୧୩୪୧ ସାଲ । (ସୃଜନିକା ସୂତ୍ରରୁ ଉପଲବ୍ଧ)
No comments:
Post a Comment