ମହାନଦୀ ଓ ଓଡ଼ିଶାର ଗମନାଗମନ ଓ ପରିବହନ
ସମ୍ବଲପୁର ପରଠାରୁ ମହାନଦୀ |
ପ୍ରାକ-ବ୍ରିଟିଶ
ଓ
ବ୍ରିଟିଶ
ଅମଳରେ
ପ୍ରାକୃତିକ
ଓଡ଼ିଶାର
ଗମନାଗମନ
ବ୍ୟବସ୍ଥାରେ
ମହାନଦୀର
ଗୁରୁତ୍ତ୍ୱପୂର୍ଣ୍ଣ
ଭୂମିକା
ରହିଥିଲା
।
ମହାନଦୀର
ତ୍ରିକୋଣଭୂମିରେ
ଅବସ୍ଥିତ
ସେବେଳର
ହରିହରପୁର
(ଏବେକାର
ଜଗତସିଂହପୁର)
ଭାରତରର
ପ୍ରଥମ
ବ୍ରିଟିଶ
ଫ୍ୟାକ୍ଟରି
(ବାଣିଜ୍ୟିକ
ପେଣ୍ଠ)
ଭିତରୁ
ଗୋଟିଏ
।
ଏହା
୧୬୩୩
ମସିହାରେ
ସ୍ଥାପିତ
ହୋଇଥିଲା
।
ଏଥିରୁ
ମଧ୍ୟଯୁଗୀୟ
ଭାରତରେ
ମହାନଦୀର
ବାଣିଜ୍ୟିକ
ଗୁରୁତ୍ତ୍ୱ
ଅନୁମେୟ
।
ଥମାସ
ମୋଟ୍ଟେ
୧୭୬୬
ମସିହାରେ
ରିପୋର୍ଟ
କରନ୍ତି
ଯେ
ମହାନଦୀରେ
ଡଙ୍ଗାଗୁଡ଼ିକ
ତିରିଶି
କୁଇଣ୍ଟାଲ
ପର୍ଯ୍ୟନ୍ତ
ଜିନିଷ
ପରିବହନ
କରୁଥିଲେ
।
ଜେମସ୍
ଡେଭିଡସନଙ୍କର
ଦ୍ୱାରା
ଲିଖିତ
ଅପ୍ରକାଶିତ
ପାଣ୍ଡୁଲିପି
‘ଜର୍ନାଲ
ଅଫ୍
ଏ
ରୁଟ
ଫ୍ରମ
କଟକ
ଟୁ
ନାଗପୁର’ରେ
ଜଣେ
ଅଜ୍ଞାତ
ବ୍ରିଟିଶ
ପରିବ୍ରାଜକଙ୍କୁ
ଆମେ
କହିବାର
ଶୁଣୁ
ଯେ
ବନରାସ
ଛାଡ଼ିବା
ପରେ
ସେ
ପ୍ରଥମ
ପୋତ
ସୋନପୁର
ପାଖ
ବିନିକାରେ
ହିଁ
ଦେଖିଲେ
।
ମହାନଦୀ
କୂଳ
ବଡ଼ମୂଳ
ତଳ
ଅଞ୍ଚଳରେ
ସେତେବେଳେ
ପୋତମାନେ
ସତୁରି କୁଇଣ୍ଟାଲରୁ
ଉର୍ଦ୍ଧ୍ୱ
ଓଜନର
ମାଲମତା
ବୋହିପାରୁଥିଲେ
।
ଏହାର
ଆଠ
ଦଶନ୍ଧି
ପରେ
ଉନବିଂଶ
ଶତାବ୍ଦୀର
ମଧ୍ୟ
ଭାଗରେ
ପି.ଡବ୍ଲ୍ୟୁ.ଡ଼ି.
ବିଭାଗର
ରିପୋର୍ଟରୁ
ଆମେ
ଜାଣୁ
ଯେ ମହାନଦୀରେ
ଆତଯାତ
କରୁଥିବା
ଡଙ୍ଗାଗୁଡ଼ିକ
ଚାଳିଶିରୁ
୧୪୦
କୁଇଣ୍ଟାଲ
ଓଜନର
ମାଲ
ପରିବହନ
କରୁଥିଲେ
।
ହଣ୍ଟରଙ୍କର
ଷ୍ଟାଟିଷ୍ଟିକାଲ
ଆକାଉଣ୍ଟ୍ରୁ
ଏହି
ଡଙ୍ଗା
ଗୁଡ଼ିକରେ
ବୁହାହେଉଥିବା
ମାଲମାତାର
ଓଜନ
୨୫୦
କୁଇଣ୍ଟାଲ
ପାଖାପାଖି
ଜଣାଯାଏ
।
ଅର୍ଥାତ,
ଉନବିଂଶ
ଶତାବ୍ଦୀର
ମଧ୍ୟଭାଗ
ପର୍ଯ୍ୟନ୍ତ
ମହାନଦୀର
ନାବିକମାନେ
ବହୁ
ଓଜନ
ବିଶିଷ୍ଟ
ମାଲ
ପରିବହନ
କରିବାରେ
ଅଭ୍ୟସ୍ତ
ଥିଲେ
।
କଟକର
ଉପର
ମୁଣ୍ଡରେ
୨୪୦
କିଲୋମିଟର
ପର୍ଯ୍ୟନ୍ତ,
ଅର୍ଥାତ
ବିନିକା
ଯାଏଁ,
ଛୋଟ
ନାବ
ଗୁଡ଼ିକ
ବର୍ଷ
ସାରା
ଚଳପ୍ରଚଳ
ହୋଇପାରୁଥିଲେ
।
ମହାନଦୀରେ
ଯଥେଷ୍ଟ
ପାଣି
ଥିବା
ସମୟରେ
ରାୟପୁରର
୩୫
କିଲୋମିଟର
ପୂର୍ବରେ
ଥିବା
ଅରଙ୍ଗ
ପର୍ଯ୍ୟନ୍ତ
ଡଙ୍ଗାଗୁଡ଼ିକ
ଗତି
କରିପାରୁଥିଲେ
।
ମାତ୍ର
ଛତିଶଗଡ଼ରେ
ପ୍ରାୟତଃ
ନାବଗୁଡିକରେ
ମହାନଦୀର
ଶାଖା
ନଦୀ
ଶେଓନାଥ
ଉପକୂଳରେ
ସ୍ଥିତ
ନନ୍ଦଘାଟ
ଠାରେ
ହିଁ
ମାଲ
ଭର୍ତ୍ତି
କରାଯାଉଥିଲା
।
ମହାନଦୀ୍ରେ
ଯାତ୍ରା
ପାଇଁ
ନାବିକମାନଙ୍କୁ
ବହୁତ
କୌଶଳ
ପ୍ରୟୋଗ
କରିବାକୁ
ପଡ଼ୁଥିଲା
।
ମୌସୁମୀ
ସମୟରେ
ଏହି
ଡଙ୍ଗାଗୁଡ଼ିକର
ଗତି
ଘଣ୍ଟାକୁ
ଆଠରୁ
ଦଶ
କିଲୋମିଟର
ଥିଲା
।
ଗ୍ରୀଷ୍ମ
କାଳରେ
ଏହା
ଘଣ୍ଟା
ପିଛା
ତିନି
କିଲୋମିଟରକୁ
ଖସି
ଆସୁଥିଲା
।
ଏଣୁ
ସମ୍ବଲପୁରରୁ
କଟକ
ପର୍ଯ୍ୟନ୍ତ
ଯାତ୍ରା
ବର୍ଷା
ଦିନେ
ମାତ୍ର
ଚାରି
ଦିନରେ
ଏବଂ
ଅନ୍ୟ
ୠତୁରେ
୧୨-୧୫
ଦିନ
ପର୍ଯ୍ୟନ୍ତ
ସମୟ
ନେଉଥିଲା
।
ମହାନଦୀ
ଉପରେ
ଅବସ୍ଥିତି
ଯୋଗୁଁ
ହିଁ
ସମ୍ବଲପୁର
ତଥା
ସୋନପୁର
ପଶ୍ଚିମ
ଓଡ଼ିଶାର
ଗୁରୁତ୍ତ୍ୱପୂର୍ଣ୍ଣ
ବାଣିଜ୍ୟିକ
ପେଣ୍ଠ
ଥିଲେ
।
ଓଡ଼ିଶା
ବିଜୟ
ପରେ
ଆମେ
ଔପନିବେଶିକ
ମହଲରେ
ଛତିଶଗଡ଼ରୁ
ଜିନିଷ
ରପ୍ତାନୀ
ପାଇଁ
ମହାନଦୀର
ଗୁରୁତ୍ତ୍ୱ
ବିଷୟକ
ଅନେକ
ଆଲୋଚନା
ଆମେ
ଶୁଣିବାକୁ
ପାଉ
।
୧୮୬୦
ଦଶକର
ପ୍ରାରମ୍ଭରେ
ସାର୍
ରିଚାର୍ଡ୍
ଟେମ୍ପଲ
ଲେଖନ୍ତି
ଯେ
ବାର୍ଷିକ
ସୋନପୁରକୁ
୨୦୦,
କଟକକୁ
୨୦୦,
ବିନିକାକୁ
୩୦୫
ଓ
ସମ୍ବଲପୁରକୁ
୫୦୦
ପାଖାପାଖି
ଡଙ୍ଗା
ବାଣିଜ୍ୟ
ଉଦ୍ଦେଶ୍ୟରେ
ଛତିଶଗଡ଼ରୁ
ଧାଡ଼ି
ଦେଉଥିଲେ
।
ଛତିଶଗଡ଼ରୁ
କଟକକୁ
ଆସୁଥିବା
ମାଲମତାର
ଓଜନ
ପ୍ରାୟ
୧୯୦୦
ଟନ୍
(୧୫୨,
୫୪୧
ଟଙ୍କା
ମୂଲ୍ୟର)
ଓ
କଟକରୁ
ଛତିଶଗଡକୁ
ଯାଉଥିବା
ଜିନିଷର
ଓଡନ
ପ୍ରାୟ
୯୪୦
ଟନ୍
(
୭୭,୧୮୭
ଟଙ୍କା
ମୂଲ୍ୟର)
ଥିଲା
।
ଏହା
ଥିଲା
ବ୍ରିଟିଶ
ଓଡ଼ିଶା
ଓ
ଛତିଶଗଡ଼
ଭିତରେ
ମହାନଦୀରେ
ବାଣିଜ୍ୟରେ
ହିସାବ
।
ମହାନଦୀ
ଉପରେ
ଘଟୁଥିବା
ସ୍ଥାନୀୟ
ବାଣିଜ୍ୟ
ବୋଧେହୁଏ
ପରିମାଣରେ
ଏହାର
ବହୁ
ଗୁଣ
ଥିଲା
।
ଯଥା
ଅନୁଗୁଳରୁ
କଟକ
ପର୍ଯ୍ୟନ୍ତ
କାଠଗଡ଼
ଭସାଯାଇ
ବ୍ୟାବସାୟିକ
ଉପଯୋଗ
ପାଇଁ
ବ୍ୟବହାର
କରାଯଉଥିଲା
।
ଏହା
ଉପରୋକ୍ତ
ଛତିଶଗଡ଼-ବ୍ରିଟିଶ
ଓଡ଼ିଶାର
ବାଣିଜ୍ୟର
ହିସାବରୁ
ବାହାରେ
।
ମହାନଦୀ
ଯୋଗୁଁ
ହିଁ
ଓଡ଼ିଶାର
ଆଭ୍ୟନ୍ତରୀଣ
ବାଣିଜ୍ୟ
ଔପନିବେଶିକ
ଶାସନ
ଉନବିଂଶ
ଶତାବ୍ଦୀର
ତୃତୀୟ
ଚଉଠ
ପର୍ଯ୍ୟନ୍ତ
ପାକଳ
ନ
ହେବା
ପର୍ଯ୍ୟନ୍ତ
ଏକ
ପଶ୍ଚିମ-ଦକ୍ଷିଣପୂର୍ବ
କର୍ଣ୍ଣ
ଦେଇ,
ନଈର
ପ୍ରବାହର
ସହ
ସଙ୍ଘଟିତ
ହେଉଥିଲା
।
ବ୍ରିଟିଶ
ଶାସନ
କଳର
ପ୍ରଭାବରେ
ରେଳ
ଇତ୍ୟାଦି
ଫିଟି
ଯିବାରୁ
ଧିରେ
ଧିରେ
କଲିକତା
ସହିତ
ଓଡ଼ିଶାର
ବାଣିଜ୍ୟିକ
ସମ୍ପର୍କ
ବଢ଼ିଲା
ଓ
ଆପେକ୍ଷିକ
ଭାବରେ
ଛତିଶଗଡ଼
ଓ
ଗଡ଼ଜାତମାନଙ୍କ
ସହିତ
ବ୍ରିଟିଶ
ଓଡ଼ିଶାର
ମହାନଦୀ
ଦେଇ
ଘଟୁଥିବା
ବାଣିଜ୍ୟର
ଗୁରୁତ୍ୱ
ଛିଡ଼ିବାକୁ
ଆରମ୍ଭ
କଲା
।
ଏହି
ବିଷୟରେ
ଅଧିକ
ଗବେଷଣାର
ଆବଶ୍ୟକତା
ରହିଛି
।
ଗ୍ରନ୍ଥସୂଚୀ
ରବି
ଆହୁଜା
।
୨୦୦୪
।
‘ଓପନିଙ୍ଗ
ଅପ୍
ଦି
କଣ୍ଟ୍ରି’
?
ପ୍ୟାଟର୍ଣ୍ଣସ୍
ଅଫ୍
ସିର୍କୁଲେସନ୍
ଆଣ୍ଡ୍
ପଲିଟିକ୍ସ୍
ଅଫ୍
କମ୍ୟୁନିକେଶନ
ଇନ୍
ଅର୍ଲି
କଲୋନିଆଲ୍
ଓଡ଼ିଶା
।
ଷ୍ଟଡ଼ିଜ୍
ଇନ୍
ହିଷ୍ଟ୍ରୀ
୨୦(୧)
: ୭୩-୧୩୦
ପୃଷ୍ଠା
।
ଥମାସ
ମୋଟ୍ଟେ
।
୨୦୧୦
।
ଏ
ନ୍ୟାରେଟିଭ୍
ଅଫ୍
ଏ
ଜର୍ଣ୍ଣି
ଟୁ
ଦି
ଡାଇମଣ୍ଡ
ମାଇନ୍ସ୍
ଆଟ୍
ସମ୍ଭଲପୁର୍,
ଇନ୍
ଦି
ପ୍ରୋଭିନ୍ସ୍
ଅଫ୍
ଓଡ଼ିଶା
।
ଫୋର୍
କର୍ଣ୍ଣର୍ସ୍
ୱିଥ୍
ପ୍ରଫୁଲ୍ଲ
।
ଏଚ୍.ଏଚ୍.
ଡଡ୍-ୱେଲ୍
(ସମ୍ପାଦକ)
।
୧୯୨୯
।
ଦି
କେମ୍ବ୍ରିଜ୍
ହିଷ୍ଟ୍ରୀ
ଅଫ୍
ଦି
ବ୍ରିଟିଶ୍
ଏମ୍ପାୟାର୍
ଭଲ୍ୟୁମ୍
୪
(୧୪୯୭-୧୮୫୮)
।
କେମ୍ବ୍ରିଜ୍
ୟୁନିଭର୍ସିଟି
ପ୍ରେସ୍
:
କେମ୍ବ୍ରିଜ୍
।
ବି.ଦ୍ର. - ଏହି ଲେଖାଟି ମାସିକ ପତ୍ରିକା ସମ୍ଭାବନାର ୨୦୧୭ ମସିହାର ବାର୍ଷିକ ସଙ୍ଖ୍ୟାରେ ପ୍ରକାଶ ପାଇଥିଲା ।
No comments:
Post a Comment