Friday, March 23, 2018

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୮


ହ‌ଂସାୠଢ଼ ବ୍ରହ୍ମାଙ୍କର ପାହାଡ଼ି ପରମ୍ପରାରେ ଚିତ୍ର (୧୭୦୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଯମରାଜା କହିଲେ ଯେ ବ୍ରହ୍ମତତ୍ତ୍ୱ ଜ୍ଞାନ,
କହିଲେ ଯେ, ଯୋଗଫଳ ସାଧନ ବିଧାନ,
ବୁଝି ହୃଦେ ଅନୁଧ୍ୟାଇ ସେ ତତ୍ତ୍ୱ ସକଳ
ହେଲେ ନଚିକେତା ଶୁଦ୍ଧ ନିର୍ଦ୍ଦୋଷ ନିର୍ମଳ ।

ଅବିଦ୍ୟାର ମୋହବନ୍ଧ ଗଲା ହୃଦୁଁ ତୁଟି
ଉଠିଲା ଅନ୍ତରେ ପୂର୍ଣ୍ଣ ଆତ୍ମତତ୍ତ୍ୱ ଫୁଟି ।

ମୁକ୍ତ ହୋଇ ନଚିକେତା ଗଲେ ମୃତ୍ୟୁ ପାରେ
ଆତ୍ମତତ୍ତ୍ୱ ଅନ୍ୟ ଯେହୁ ଜାଣିବେ ସଂସାରେ ।

ନଚିକେତା ସମ ସେହୁ ଲଭିବ ମୁକତି
ହେବ ବ୍ରହ୍ମପଦ ପ୍ରାପ୍ତି, ଘୁଞ୍ଚିବ ଦୁର୍ଗତି । (ନ.ଉ. ୨।୩। ୪୦-୪୧)

No comments:

Post a Comment