Wednesday, March 21, 2018

ବରଗୁଡ଼ି ବା ଝୁଡ଼ଙ୍ଗ ଛୁଇଁ ଚଟଣି

ସରୋଜିନୀ ଚୌଧୁରୀ


ଚିତ୍ର - 'ଦି ବିନ୍‌ଇଟର୍' (୧୫୮୪-୧୫୮୫)
ଚିତ୍ରକର - ଆନିବେଲ୍ କାରାଚି (୧୫୬୦-୧୬୦୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - ଛୁଇଁଗୁଡ଼ିକ ଗୋଟିେ ଗୋଟିଏ କରି ଦେଖି ଚାହିଁ, ଶିରା କାଢ଼ି ଧୋଇ ଗୋଛା କରି ସୁତାରେ ବାନ୍ଧ । ଭାତରେ ଅଥବା ଡାଲିରେ ପକାଅ । ଭଲରୂପେ ସିଦ୍ଧ ହୋଇଗଲେ ବାହାର କରି ଆଣି ଝାଡ଼ିଝୁଡ଼ି କୌଣସି ପାତ୍ରରେ ରଖ ଓ ଚକଟ । ଯଦି କିଛି ଶିରା ବାକି ରହିଥାଏ, ତେବେ ବାହାର କରି ପକାଅ ଏବଂ ଘିଅ, ଜିରାମରିଚଗୁଣ୍ଡ ଓ ଲୁଣ ଦେଇ ଗୋଳାଇ ରଖ । 

ତେଲ, ଲୁଣ, ପିଆଜ ଓ ମରିଚ ମଧ୍ୟ ଦେଇ ଚକଟି ପାର । ଇଚ୍ଛାନୁସାରେ ଅଦା ଖଣ୍ଡେ ଛଡ଼ାଇ ସରୁ ସରୁ ବାଟି ଦେଇ ପାର ।

ବି.ଦ୍ର. - ବରଗୁଡ଼ି ବା ଝୁଡ଼ଙ୍ଗ ଛୁଇଁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment