Thursday, March 15, 2018

ଅଁଳା ଚଟଣି

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପ୍ରଣାଳୀ - ଅଁଳା ଭଲ ରସାଳ ରସାଳ ଦେଖି ମୋଟା ଭାତରେ ପକାଇ ସିଝାଇବ । ଏହାକୁ ଡାଲିରେ ସିଝାଇଲେ ମାଟି ହାଣ୍ଡି ଛଡ଼ା ଅନ୍ୟ କଉଁଥିରେ ଡାଲି ରାନ୍ଧିବ ନାହିଁ । କାରଣ ଅଁଳାରେ ଖଟାର ଭାଗ ଥିବାରୁ ଧାତୁ ପାତ୍ରରେ ସିଦ୍ଧ ଡାଲିର ରଙ୍ଗ ଖରାପ ହୋଇଯାଏ । ଭାତରେ ସିଝା ଅଁଳା ଅପେକ୍ଷା ଡାଲିରେ ସିଝା ଅଁଳାର ସ୍ୱାଦୁ ଭଲ ହୁଏ ।


ଅଁଳା ଚକଟି ମଞ୍ଜି ବାହାର କରି ପକାଅ । ଲୁଣ, ତେଲ ଓ ଗୋଲମରିଚଗୁଣ୍ଡି ଅଥବା କଞ୍ଚାମରିଚକଟା ମିଶାଇ ଖାଇବାକୁ ଦିଅ ।  

ବି.ଦ୍ର. - ଅଁଳା ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment