Monday, March 19, 2018

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୭


ୠକ୍‌ବେଦର ପୁରୁଷ ସୁକ୍ତ (ୱିକିମିଡିଆ କମନ୍ସ୍)

ବ୍ରହ୍ମତତ୍ତ୍ୱ କଥା ଯେତେ କଲି ମୁଁ ପ୍ରଚାର
ଶୁଣ ନଚିକେତ, ଏବେ ସେ ସବୁର ସାର ।

ପ୍ରାଣୀଗତ ହୃଦପଦ୍ମେ ସଦା ବିଦ୍ୟମାନ
ଅନ୍ତରାତ୍ମା ପୁରୁଷ, ସେ ଅଙ୍ଗୁଠି ପ୍ରମାଣ ।

ଗୁଞ୍ଜଗର୍ଭୁଁ ମଞ୍ଜ ସମ ସେ ପୁରୁଷୋତ୍ତମେ
ନିଜ ଦେହୁଁ ଭିନ୍ନ କରି ଧୈର୍ଯ୍ୟ ଶମ ଦମେ ।

ସେ ଅନ୍ତର୍ଯ୍ୟାମୀଙ୍କୁ ଶୁଦ୍ଧ ବ୍ରହ୍ମ ବୋଲି ଜାଣ
ସେହି ବିଶ୍ୱଆତ୍ମା, ସେହି ସର୍ବ ପ୍ରାଣୀପ୍ରାଣ । (ନ.ଉ. ୨।୩।୪୦)

No comments:

Post a Comment