Sunday, March 04, 2018

କବିତା - 'ପ୍ରଭୁଙ୍କୁ ଦେଖିଲେ'


କବି - ମଧୁସୂଦନ ରାଓ


ଆଟଲାଣ୍ଟିକ ମହାସାଗରର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ପ୍ରଭୁଙ୍କୁ ଦେଖିଲେ ଥରେ ଆଉ ତ ନ ଛାଡ଼ିବି ରେ । (ଘୋଷା)

ପ୍ରେମବିମୋହିତ ଡୋଳେ ଅନାଇ ରହିବି ଭୋଳେ
ଭକ୍ତିଅଶ୍ରୁ ଜଳେ ଭାସି ପଦତଳେ ପଡ଼ିବି ରେ ।୧।

କହିବି କ୍ଷମାସାଗର ଦୀନ-ହୀନେ କ୍ଷମା କର
ନୋହିଲେ ଗଲିଟି ସରି ବୋଲି କର ଯୋଡ଼ିବି ରେ ।୨।

ଫିଙ୍ଗି ଦୂରେ ଅହଙ୍କାର ଶ୍ରୀପଦ କରିବି ସାର
ରଖ ରଖ ବୋଲି କୃପାସିନ୍ଧୁ ଜଣେ ବୁଡ଼ିବି ରେ ।୩। 

No comments:

Post a Comment