କବିତା - 'ଆହା ଚାଲିଗଲେ'
କବି - ଗୋପବନ୍ଧୁ ଦାଶ
![]() |
ଚିତ୍ର - ମଧ୍ୟ୍ୟାହ୍ନ (୧୮୯୦) ଚିତ୍ରକର - ଭିନସେଣ୍ଟ୍ ୱିଲେମ୍ ଭନ୍ଖ଼ (୧୮୫୩-୧୮୯୦) |
କି ମୋହନିଦ୍ରା ମୋତେ ଘୋଟିଥିଲା ।
କିମ୍ପା ଏ ପାପ ଆଖି ନ ଫିଟିଲା । ଘୋଷା।
ପାଖରେ ମୋର ବସି
ଚାରୁ ମୋହନ ବଂଶୀ
ବଜାଇ କି ବେଗେ ସେ ଚାଲିଗଲା ।୧।
ଡାକିଲା କେତେ ଥର
ହେବାକୁ ଉଜାଗର
ପଦେ ହେଲେ ଉତ୍ତର ନ ଆସିଲା ।୨।
ମୋ କକ୍ଷ ଅନ୍ଧକୂପ
ସେ ପ୍ରଭାମୟ ରୂପ
ଆଲୋକି କାହିଁ କ୍ଷଣେ ଲିଭିଗଲା ।୩।
ନ ମେଲିଲି ନୟନ
ପଥେ ପଡ଼ିବା ଧନ
ଏ ଭାଗ୍ୟହୀନ ନେତ୍ର ନ ଦେଖିଲା ।୪।
No comments:
Post a Comment