କବିତା - 'ହୀରାକୁଦ ବନ୍ଧ'
କବି - ଭାରତଚନ୍ଦ୍ର ନାୟକ
ହୀରାକୁଦ ଜଳଭଣ୍ଡାର ମଝିରେ ଥିବା ଏକ ଦ୍ୱୀପ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ହୀରାକୁଦର ବନ୍ଧର ଲାଗି ବାବୁମାନେ କହେଲେ ।
ବୁନ୍ଦା ବୁନ୍ଦା ରକତ ପରେ ମୁର୍ଦ୍ଦାର ଜେନେ ପହେଲେ ।୧।
କୁକୁରା ଗୁଟେ ବୁକା ପଟେ ଦେଲେ କେନ୍ତା ହେତା ।
ମାଇଝିମାନେ କହୁଛନ ତ ସମଲେଈ ଭାଏଲ୍ ମାନତା ।୨।
ଦେବା ନେବା ଛୁଛାଟାରେ କଲିଯୁଗେ ନାଇନ ।
ଥାଏତେ ଯଦି କଟକୀୟାମାନକୁ ଖାଉଥାଏତେ କାଏଁ ନ ।୩।
ଇ କଟକିୟେ ବଡ଼ା ଲବାର ସମ୍ବଲପୁରକେ ଖାଏବେ ।
ଗାଈ ବାଗିର ସମ୍ବଲପୁରିୟେ ଇମାନକୁ କାଣା ପାର୍ବେ ।୪।
ମାହାପ୍ରୁ ଥିଲେ ବୁଝବାନ କିଏ କାଣା ନାଇଁ କର୍ବା ।
ଇମାନେ କାଣା ଅନିଏ କଲେ ସେ କାଣା ନାଇଁ ଧର୍ବା ।୫।
ଭାଙ୍ଗ୍ ବାଏଙ୍ଗନ୍ ପାତାଲ୍ଘଁଟା ଇଠାରେ କାଣା କମାମା ।
ବୁଟ୍ରଚନା କନ୍ଦମୁଲ୍ କନ୍ଦ କେନ୍ତା କରି ଛାଡ଼ମା ।୬।
ଇମାନଙ୍କର ଲାଗି ଜୀବନ ଯିବା କେନ୍ତା କରି ରହେମା ?
କେନ୍ତା କରମା ବନ୍ଧ ହେଲେ ପାଟନା ରାଇଜକେ ଭାଗମା ।୭।
କଟକିୟେ କେନ୍ତି ସମ୍ବଲପୁରକେ ଧରି ରଖ୍ବେ ଦେଖମା ।
ଫଡ଼ା ଫଡ଼ା ଡେଗି ଡେଗି ଶୂନଚିତ୍ ଆମେ ମାରମା ।୮।
ନଦୀ କେନ୍ତା ବନ୍ଧା ହେବା ସମଲେଈ ଆମର ଅଛେ ।
ବନ୍ଧ ହେଲେ ବି ଭୁସଲି ଯିବା କଟକିୟେ ଦେଖ୍ବେ ପଛେ ।୯।
ବି.ଦ୍ର. - ଏହି ଲେଖାଟି ପ୍ରଥମେ ନିତ୍ୟାନନ୍ଦ ମହାପାତ୍ର ସମ୍ପାଦିତ ଡଗର ପତ୍ରିକାରେ ପ୍ରକାଶିତ ହୋଇଥିଲା । କବିତାଟିର ବର୍ତ୍ତମାନର ରୂପରେ ଏହା କବିଙ୍କର ଆତ୍ମଜୀବନୀ 'ମୋର ପୂର୍ବସ୍ମୃତି କଥା'ର ଦ୍ୱିତୀୟ ସଂସ୍କରଣ (୨୦୧୪)ରୁ ନିଆଯ।ଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ବାହାରିଥିଲା । ଦ୍ୱିତୀୟ ସଂସ୍କରଣର ପ୍ରକାଶକ ଅଗ୍ରଦୂତ (କଟକ) ।
No comments:
Post a Comment