Tuesday, September 15, 2015

ଭୀମଭୋଇ ଭଜନ - ତାତ ମାତ କରୁଛନ୍ତି ରୋଦନ 

 

ଗାୟକ - ଅକ୍ଷୟ ମହାନ୍ତି

 

ଗୀତର ୟୁଟ୍ୟୁବ୍ ଲିଙ୍କ୍ -  https://www.youtube.com/watch?v=nO8zXbMx80Y&list=PLUSRfoOcUe4b4SWkWs0HW-Xccxg1tf4Zh



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ତାତ ମାତ କରୁଛନ୍ତି ରୋଦନ 
ତାତ ମାତ କରୁଛନ୍ତି ରୋଦନ 
ଚଉଦିଗେ ଘେରି ପଚାରି ପଚାରି 
ଚଉଦିଗେ ଘେରି ପଚାରି ପଚାରି
କାହିଁ ଗଲେ ଏକ ନନ୍ଦନ 
ତାତ ମାତ କରୁଛନ୍ତି ରୋଦନ 

ପିତା ବିଜାମୃତ ତୋଳି ନଦେଇ,
ମାତା ପ୍ରସବିଲେ ଦୁଃଖ ନପାଇ 
ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ
ଗର୍ଭୁ ନପଡନ୍ତେ ଗଲେ କେଉଁ ପଥେ
ବୁଦ୍ଧି ନଶିଖୁଣୁ ହେଲେ ସିଆଣ
 ତାତ ମାତ କରୁଛନ୍ତି ରୋଦନ 

ଜନ୍ମ ଦିନୁ କ୍ଷୁଧା ତୃଷା ନଥାଇ
ଉଦର ପୁରିଛି କିଛି ନ ଖାଇ 
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ତଇଳ କୁଙ୍କୁମ ଅଙ୍ଗେ ନ ଲାଗଇ
ଦେହ ଦିଶେ ଯେସନେକ ସୁବର୍ଣ
ତାତ ମାତ କରୁଛନ୍ତି ରୋଦନ 

ଅନୁମାନ କରୁଛନ୍ତି ସଂସାରେ 
ବୁଦ୍ଧି ନାହିଁ ଅବିବେକ ବିଚାରେ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ
ଭଣେ ଭୀମଭୋଇ କାନ୍ଦ କାନ୍ଦ ହୋଇ
ନ ଚାହିଁ ପୁତ୍ରର ବଦନ 
ତାତ ମାତ କରୁଛନ୍ତି ରୋଦନ
ତାତ ମାତ କରୁଛନ୍ତି ରୋଦନ

No comments:

Post a Comment