Wednesday, September 09, 2015

ଆଖିକୁ ଭିସା ଲାଗେନି 


କବି - ଗୁଲଜାର୍ 


ଅନୁବାଦକ - ଭରଦ୍ୱାଜ ପଣ୍ଡା (ଜୁଲୁ)



ଆଖିକୁ ଭିସା ଲାଗେନି ଆଉ
ସ୍ୱପ୍ନର କିଛି ସୀମା ନଥାଏ ।

ଆଖି ବୁଜି ମୁଁ ନିତି ଚାଲିଯାଉଚି ସୀମାପାର ମେହେନ୍ଦି ହସନ୍ ଙ୍କୁ ଦେଖିବାକୁ,
ଶୁଣିଚି ତାଙ୍କ ଗଳାରେ ଆଘାତ ଲାଗିଚି ।

ଥରୁଛି ଗଜଲ୍ ର ଓଠ,
ତଥାପି ତାଙ୍କ ଆଖିର ସୁର୍ ଖସେନି, ଯେତେବେଳେ କହନ୍ତି 

"ସୁଖ୍ ଗୟେ ହୈଁ ଫୁଲ୍ କିତାବୋଁ ମେଁ, 
ୟାର୍ ଫରାଜ୍ ସବ୍ ବିଛଡ୍ ଗୟେ,
ସାୟଦ୍ ମିଲେ ୱୋ ଖାବୋଁ ମେଁ । "

ଆଖି ବୁଜି  ନିତି ସୀମାପାର୍ ଚାଲିଯାଉଚି ମୁଁ,
ଆଖିକୁ ଭିସା ଲାଗେନି, 
ସ୍ୱପ୍ନର କୌଣସି ପରିସୀମା ନାହିଁ ।

No comments:

Post a Comment