Living in Bhubaneswar
Friday, September 04, 2015
ସାଲବେଗ ଭଜନ
ଏକା ତୋ ଭକତ ଜୀବନ
ଗାୟକ - ଅକ୍ଷୟ ମହାନ୍ତି
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=-tnKa9D5Dn4
ଏକା ତୋ ଭକତ ଜୀବନ
।
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ।।
ଭକତ ତୋ ପିତାମାତା ଭକତ ତୋ ବନ୍ଧୁ
।
ଭକତ ହିତରେ ତୋର ନାମ କୃପାସିନ୍ଧୁ।।
ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ
।
ଭକତ ପଛରେ ତୁହି ଥାଉ ସେହି ଭାବେ।।
ବାପା ମୋ ମୋଗଲପୁଅ ମାତେ ମୋ ବ୍ରାହ୍ମଣୀ
।
ଏ ତୁଲେ ଜନ୍ମିଲି ହିନ୍ଦୁ ନଖାଏ ମୋ ପାଣି।।
କହେ ସାଲବେଗ ହୀନ ଜାତିରେ ଯବନ
।
ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment