Saturday, September 05, 2015

ରାଖି ବଜାର : ଏକ ଫଟୋ ଏସେ 


ଫଟୋ - ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ 







ଶ୍ରାବଣଟା ଆଉ ଓଡିଆ ମାସ ହୋଇକରି ନାହିଁ । ମାସଟିକୁ କାଉଡିଆ ଗ୍ରାସ କରିଛନ୍ତି । ଆଉ ମାସାନ୍ତକୁ ଖାଇଛି ରାଖି ପୂର୍ଣିମା । ଆମେ ଓଡିଆ ମାନେ ବହୁତ ଗ୍ରହଣଶୀଳ । ବହୁତ ଭଲ କଥା । ହେଲେ ଯଦି ଗ୍ରହଣ ହିଁ କରିବାର ଅଛି. ତାହେଲେ ଭାଇଠୁଁ ଗ୍ରହଣ ନ କରି ଭଗାରିଠୁ ଗ୍ରହଣ କରିବା କାହିଁକି?






ରାକ୍ଷୀ ପୂର୍ଣିମା ଗୋଟେ ଉତ୍ତର ଭାରତୀୟ ପର୍ବ । ଓଡିଶାର ପରମ୍ପରା ଅନୁସାରେ ଶ୍ରାବଣ ପୂର୍ଣିମା ହେଲା ଗହ୍ମାପୂନେଇ ଯେଉଁଥିରେ ବଳରାମଙ୍କର ଜନ୍ମଦିନ ପାଳନ ପାଇଁ ଗାଇଗୋରୁମାନଙ୍କର ଉପାସନା କରାଯାଏ ଓ ପିଠା ଓ ଜାଉ ଇତ୍ୟାଦି ଦ୍ୱାରା ଉଭୟ ଗାଇଗୋରୁ ଓ  ମଣିଷ ଆପ୍ୟାୟିତ ହୁଅନ୍ତି । ପଇଁତିରିଶି ବର୍ଷ ବୟସର ଏହି ଲେଖକର ମନେ ଅଛି ଯେ ସେ ଛୋଟ ହୋଇଥିଲା ବେଳେ ରାଖି-ଫାଖି କିଛି ଭୁବନେଶ୍ୱରରେ ଓ ଉପକୂଳବର୍ତ୍ତୀ ଓଡିଶାରେ ନଥିଲା ।







ଯଦି ଉପକୂଳବର୍ତ୍ତୀ ଓଡିଶାର ଲୋକଙ୍କୁ ଭାଇଭଉଣିଙ୍କର ପ୍ରେମକୁ ଉତ୍ସବ ଭାବରେ ପାଳନ କରିବାକୁ ଇଚ୍ଛା ହେଉଛି, ତାହେଲେ, ଆଶ୍ୱିନ ଶୁକ୍ଲପକ୍ଷ ଅଷ୍ଟମୀ ଦିନ ପଶ୍ଚିମ ଓଡିଶାର ପର୍ବ ଭାଇ ଜିଉନ୍ତିଆ ପାଳନ କରିବା କଥା । ହେଲେ ଦେଖାଶିଖା ଓଡିଆ, ଭାଇଠାରୁ ଶିଖିବେ ନାହିଁ । ଭଗାରୀକୁ ଅନୁକରଣ କରିବେ । ଯେମିତି ଆମର ପର୍ବପର୍ବାଣି ନାହିଁ । ହେଲେ ବିଦେଶି ପରିବା ଆଳୁ ଏବେ ଓଡିଆ ରାନ୍ଧଣାର ଅଭିନ୍ନ ଅଙ୍ଗ ହେବା ପରି, ରାଖି ବର୍ତ୍ତମାନ ଗୋଟିଏ ଅଧା-ଓଡିଆ ପର୍ବ । 






ଲେଖା - ଶୈଲେନ୍ ରାଉତରାୟ 

No comments:

Post a Comment