Saturday, September 12, 2015



ମାର୍କସ୍ ଅରିଲସ୍ 

ବିଚାରମାଳା -୮

ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଆପୋଲୋନିଅସ୍ ମୋତେ ଦୈବାଶ୍ରୟୀ ନ ହୋଇ ନିଜ ପାଇଁ ନିଷ୍ପତ୍ତି ନିଜେ ନେବାର ଆବଶ୍ୟକତା ବିଷୟରେ ପ୍ରଭାବିତ କଲେ । ସେ ମୋତେ ମୂହୁର୍ତ୍ତେ ମାତ୍ର ମଧ୍ୟ ଯୁକ୍ତିକୁ ନଜର ଆଢୁଆଳ ନ କରିବା ପାଇଁ ଶିଖାଇଲେ । ସେ ମୋତେ ତୀତିକ୍ଷାର ସହିତ ଅସହ୍ୟ କଷ୍ଟର ଭାର, ନିଜର ପୁତ୍ରହାନି ଓ ଦୁରାରୋଗ୍ୟ ବ୍ୟାଧିର ବିରକ୍ତିକୁ  ସହିବା ମଧ୍ୟ ଶିଖାଇଲେ । ସେ ନିଜେ ଏହି କଥାର ଜୀବନ୍ତ ପ୍ରମାଣ ଥିଲେ ଯେ, ପ୍ରଚଣ୍ଡ କ୍ରିୟାଶକ୍ତି ଓ  ଆରାମ କରିପାରିବାର କ୍ଷମତା, ପରସ୍ପରର ବିରୋଧି ନୁହଁନ୍ତି । ତାଙ୍କର ବ୍ୟାଖ୍ୟାଗୁଡିକ ସବୁବେଳେ ପ୍ରାଞ୍ଜଳତାର ନମୁନା ଥିଲାହେଲେ ଏହା ସ୍ପଷ୍ଟ ଥିଲା ଯେ ସେ ନିଜର ବ୍ୟାବହାରିକ ଅନୁଭୂତିଗୁଡିକୁ ଓ ଦର୍ଶନଶାସ୍ତ୍ର ଅଧ୍ୟାପନାର କ୍ଷମତାକୁ, ନିଜର ସବୁଠାରୁ ନ୍ୟୁନତମ ସିଦ୍ଧି ବୋଲି ଭାବୁଥିଲେ । ସେ ହିଁ ମୋତେ, ଆତ୍ମସମ୍ମାନ ନ ହରାଇ ଓ ହୃଦୟହୀନ ଔଦାସ୍ୟର ବୋଧ ପ୍ରଦାନ ନ କରି, କିପରି ବନ୍ଧୁମାନଙ୍କର କୃତ୍ରିମ ଅନୁଗ୍ରହଗୁଡିକୁ ଗ୍ରହଣ କରିହୁଏ, ତାହା ଶିଖାଇଥିଲେ । 

No comments:

Post a Comment