Friday, September 04, 2015

ସାଲବେଗ ଭଜନ


ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ





ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, 
ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ । ୧।

ରାଧାକୁଣ଼୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ,
ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ।୨।

ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ,
ମୁଁ ନିକି ଭଣିବି ଯେହୁ ମୁକତି ଭାଜନ ।୩।

ରାହାସର ଧୂଳି ଅଙ୍ଗେ କରିବି ଲେପନ,
କୁଞେ କୁଞେ ତରୁମୂଳେ କରିବି ଶୟନ ।୪। 

No comments:

Post a Comment