କରମଙ୍ଗା ଚଟଣି
ସରୋଜିନୀ ଚୌଧୁରୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - ମଝିଆଳିଆ କରମଙ୍ଗା ପାଞ୍ଚଟି, ଦଶ ଗ୍ରାମ ସୋରିଷ ତେଲ, କୋଡ଼ିଏ ଗ୍ରାମ ଗୁଡ଼, ଏକ ଟେବୁଲ ଚାମଚ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ ।
ପ୍ରଣାଳୀ - ପାଚିଲା ବା କଞ୍ଚା କରମଙ୍ଗାର ଶିରା ଓ ଦୁଇ ମୁଣ୍ଡିକୁ ସାମାନ୍ୟ ଭାବରେ କାଟି, ଧୋଇ ଫୁଟୁଥିବା ଭାତରେ ପକାନ୍ତୁ । ପାଞ୍ଚ ସାତ ମିନିଟ ଭିତରେ ସିଝିଗଲେ ବାହାରକୁ କାଢ଼ନ୍ତୁ । ତେଲ, ଲୁଣ ଓ ଗୁଡ଼ ଦେଇ ଚକଟନ୍ତୁ । ଚକଟି ସାରିଲା ପରେ ଉପରେ ଲେମ୍ବୁ ରସ ଦେଇ ପରିବେଷଣ କରନ୍ତୁ ।
ଗୁଣାଗୁଣ - କଞ୍ଚା କରମଙ୍ଗା ଅମ୍ଳ-ରସ, ଶୀତଳ, ମଳରୋଧକ, ବାୟୁନାଶକ ଓ କଫ-ପିତ୍ତବର୍ଦ୍ଧକ ।
ବି.ଦ୍ର. - କରମଙ୍ଗା ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:
Post a Comment