ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ଦ୍ୱିତୀୟ ଅଧ୍ୟାୟ
ତୃତୀୟା ବଲ୍ଲୀ : ମନ୍ତ୍ର ୧୫
![]() |
ନରକରେ ଯମ (ସପ୍ତଦଶ ଶତାବ୍ଦୀର ଚିତ୍ର) |
'ମୁଁ' 'ମୋର' ମମତାମୟ ହୃଦଗ୍ରନ୍ଥିଚୟ
ହୁଏ ଯେବେ ଛିନ୍ନ ଭିନ୍ନ ତୁଟେ ଭବଭୟ ।
ଅଜ୍ଞାନ ଜଡ଼ତା ମୋହ ଦୂରେ ଅପସରେ
ବ୍ରହ୍ମ-ଆତ୍ମା ଏକଭାବ ବାହ୍ୟ ଅଭ୍ୟନ୍ତରେ ।
ମର୍ତ୍ତ୍ୟଲୋକେ ମର ଦେହେ ମାନବ ଅମୃତ
ଏ ପରମ ଉପଦେଶ ବେଦାନ୍ତ ନିଃସୃତ । (ନ.ଉ. ୨।୩।୩୯-୪୦)
No comments:
Post a Comment