ଭଣ୍ଡାର ପତ୍ରପୋଡ଼ା
ସରୋଜିନୀ ଚୌଧୁରୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - ପାଏ କଞ୍ଚା ଭଣ୍ଡା, ପନ୍ଦର ଗ୍ରାମ ସୋରିଷ, ଦଶ ଗ୍ରାମ ଗୋଲମରିଚ ଗୁଣ୍ଡ, ପାଞ୍ଚ ଗ୍ରାମ ସୋରିଷ ତେଲ, ସୁଆଦ ଅନୁସାରେ ଲୁଣ, ଆବଶ୍ୟକ ଅନୁସାରେ ବଡ଼ ବଡ଼ କଖାରୁ ପତ୍ର ।
ପ୍ରଣାଳୀ - ଭଣ୍ଡାର ଚୋପା ଛଡ଼େଇ, ମଞ୍ଜି ବାହାର କରି, ଭିତରର ସାଦା ଭଣ୍ଡାକୁ ଶିଳରେ ଛେଚି ତାହାର କଷାପାଣି ଚିପୁଡ଼ି ପକାଅ । ଖୁବ ଚିକ୍କଣ ବଟା ସୋରିଷ, ତେଲ, ଲୁଣ, ଗୋଲମରିଚଗୁଣ୍ଡା ମିଶାଇ ଦିଅନ୍ତୁ । ଛୋଟ ଛୋଟ ଚଣିବରା ଆକାରରେ କରି, କଖାରୁ ପତ୍ରରେ ଭରି ପୁଟୁଳା ବାନ୍ଧି ବା ଲମ୍ବଭାବରେ କାଠି ପୋଡ଼ି ବନ୍ଦ କରି ମଲା ନିଆଁରେ ପୋଡ଼ । ପୋଡ଼ା ହୋଇଗଲେ ବାହାର କରି ଆଣି ଆଗେ ପରିଷ୍କାର କରି ଖୋଲ । କେହି କେହି ଗାଲମରିଚଗୁଣ୍ଡା ବଦଳରେ ପିଆଜ ଓ ଲଙ୍କାମରିଚ ବଟା ଦେଇଥାଆନ୍ତି ।
ବି.ଦ୍ର. - ଭଣ୍ଡାର ପତ୍ରପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

No comments:
Post a Comment