ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ସର୍ବେ ମିଳି ଡାକ ବ୍ରହ୍ମେ'
(ଜୟଜୟନ୍ତୀ - ଆଠତାଳୀ)
![]() |
୧୮୮୪ ମସିହାରେ ଅଙ୍କିତ ଚିତ୍ର ଚିତ୍ରକର - ଆନ୍ନା ଭନ୍ ୱାଲ୍ (୧୮୬୧-୧୯୩୮) |
ସର୍ବେ ମିଳି ଡାକ ବ୍ରହ୍ମେ ବ୍ରହ୍ମାଣ୍ଡ-ଇଶ୍ୱର ହେ,
ସେହି ବ୍ରହ୍ମ ନାମ ବାଜୁ ହୃଦ-ମୃଦଙ୍ଗରେ ହେ ।
ଅନନ୍ତ ସୁନୀଳ ବ୍ୟୋମେ ନକ୍ଷତ୍ର ଭାସ୍କର ସୋମେ
ବିରାଜିତ ମହେଶ୍ୱର ଜୀବନରୂପରେ ହେ ।
ବିସ୍ତୀର୍ଣ୍ଣ ଅବନୀତଳ ନଦୀ ସମୁଦ୍ର ଅଚଳ
ପ୍ରକାଶନ୍ତି ବିଭୁକୀର୍ତ୍ତି ସର୍ବ ସମୟରେ ହେ ।
ଅସଙ୍ଖ୍ୟ ବାରିଦରାଜି ଅନ୍ତରୀକ୍ଷରେ ବିରାଜି
ଘୋଷନ୍ତି ବିଭୁଙ୍କ ନାମ ଗମ୍ଭୀର ନାଦରେ ହେ ।
ଗାଅ ସର୍ବେ ସେହି ନାମ ମଙ୍ଗଳ ଶାନ୍ତିର ଧାମ,
ନ ରହିବ ପାପ ତାପ ଆଉ ହୃଦୟରେ ହେ ।
No comments:
Post a Comment