ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୬
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
![]() |
ଫତୋଗଡ଼ ଗାଁରେ ଦୋଳ ଯାତରା (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
୭୬
ଦିଅଁ
ଖାଇ ଖଟୁଲି ଖାଇବା ।
ଅର୍ଥ: ନିଜ
ଆୟଠାରୁ ବ୍ୟୟ ଅଧିକ କରି ସର୍ବସ୍ୱାନ୍ତ ହୋଇଯିବା ।
୭୭
ଯାହାର
ମନ ଯେଡ଼େ
ତାହାର
ପ୍ରଭୁ ସେଡ଼େ ।
ଅର୍ଥ: ବ୍ୟକ୍ତି
କାହା ପାଇଁ ଶ୍ରଦ୍ଧା ଓ ଭକ୍ତିରେ
କିଛି କରିବାକୁ ଚାହୁଁଥିବା ବେଳେ
ଉପାୟ ଆପେ ଆପେ ଆସିଯିବା ।
୭୮
ଲେଉଟିଆ
ଶାଗ କାଟି ଖାଇବା ।
ଅର୍ଥ: କୌଣସି
ଜିନିଷକୁ ଧୀରେ ଧୀରେ ସାରିବା ।
୭୯
କହ୍ନେଇ
ପାଇଁ ସିନା ଦୋଳ ଯାତରା ।
ଅର୍ଥ: ପୁଅର
ଖୁସି ପାଇଁ ସିନା ମା’ ବାପା ସବୁ
କରିବା ପାଇଁ ପ୍ରସ୍ତୁତ ହୁଅନ୍ତି
। ଯଦି ସେ ଖୁସି ନୁହଁ ତାହା ହେଲେ
ଆଉ କାହା ପାଇଁ ଏ ଆୟୋଜନ ।
୮୦
ଷୋଳ
ନଖରୁ ନଖେ ସରିନି,
ପିଲାର
ବହପ ଦେଖ ।
ଅର୍ଥ: ଅତି
ଛୋଟ ବେଳରୁ ଉତ୍ସୃଙ୍ଖଳ ହୋଇ
କଥାବାର୍ତ୍ତା କରିବା ।
No comments:
Post a Comment