ବୈଷ୍ଣବ ପଦାବଳୀ - 'ଖଣ୍ଡିତା ଶ୍ରୀରାଧା'
(ରାଗ-ମୁଖାବରୀ। ତାଳ-ଆଦି)
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଯାଅ ଯାଅ ମୋ
ପାଶରୁ ଶ୍ୟାମ ତେଣିକି ହେ। ୦।
କି
ଭାଗ୍ୟ ଆଜ ମୋହର, ପ୍ରଭାରୁ
ମୁଖ ତୁମ୍ଭର
ଦେଖି କେ ଲୋଭା
ନୋହିବ ପୁଣି କି ହେ ।୧।
କାଲି
ନିଶି ଉଜାଗର, ରହିଲି
କାହା ମନ୍ଦିର
ଶୟନ କରଯା' ଘେନ
ବାଣୀକି ହେ ।୨।
ଅଧରେ କଜ୍ଜ୍ୱଳ
ଗାର ଦିଶୁଛି କି ମନୋହର
କରେ ଦେଖ କଙ୍କଣରେ
ମଣିକି ହେ ।୩।
ତୁମ୍ଭ ବରନ
ସମାନ ଜାଣି କେ ଦେଲା ବସନ
ଧନ୍ୟ ବୋଲି
ସିନା ସେ ରମଣୀ କି ହେ ।୪।
ଜଗନ୍ନାଥ ରାଜା
ଭାଷେ ଆହା ଧ୍ୟାନେ କି ଶୋଭା ସେ
ଆସିଲ କି ପଥ
ଭୁଲି ଏଣିକି ହେ ।୫।
ଉତ୍ସ - ଶ୍ରୀ ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ । ପ୍ରଥମ ସଂସ୍କରଣ - ୧୯୮୦ । ବହିଟି ସୃଜନିକା ସଂସ୍ଥାଙ୍କର ୱେବ୍ସାଇଟ୍ 'ଓଡ଼ିଆ ବିଭବ'ରୁ ନିଆଯାଇଛି ।
No comments:
Post a Comment