ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୮
ସଙ୍କଳନ - ସ୍ନେହଲତା ଷଡଙ୍ଗୀ
![]() |
କଳାକାର - ଜେମ୍ସ୍ ଫୋର୍ବ୍ସ୍ ଓ ଜନ୍ ଗ୍ରେଗ୍ ୧୭୭୪ମସିହାର କଳାକୃତି (ୱିକିମିଡିଆ କମନ୍ସ୍) |
୮୬
ଗଛର
ଛାଇ, ମଣିଷ
ହାଇ
ଯେଣେ
ଗଲେ ତେଣେ ଉଧାଏ ନାହିଁ ।
ଅର୍ଥ: ଯେପରି
ବଡ଼ ଗଛର ଛାଇରେ ଛୋଟ ଗଛ ବଢ଼ିପାରେ
ନାହିଁ । ସେହିଭଳି କୌଣସି ମଣିଷ
ପ୍ରତି ଅନ୍ୟାୟ କଲେ ତା’ର ଅନ୍ତରରୁ
ଯେଉଁ ଅଶାନ୍ତି ଆସ ସେହି ପ୍ରଭାବରୁ
ଅନ୍ୟାୟ କରିଥିବା ଲୋକଟି କେଉଁଠି
ବି ଶାନ୍ତିରେ ରହିପାରେ ନାହିଁ
।
୮୭
ଉପରେ
ପଡ଼ିଲେ ବଜେଇ ଶିଖନ୍ତି ।
ଅର୍ଥ: ମଣିଷ
ଯେତେ ଅଯୋଗ୍ୟ ହେଉ ବା ଫୁଲାଫାଙ୍କିଆ
ହୋଇଥାଉ,
ଥରେ
ଦାୟିତ୍ୱ ନିଜ ଉପରକୁ ଆସିଲେ ଧୀରେ
ଧୀରେ ସବୁ କାମ ଶିଖିଯାଏ ଓ ଠିକ୍
ଭାବେ କରିବାକୁ ଚେଷ୍ଟା କରେ ।
୮୮
ଯେମିତି
ଦିଅଁକୁ ସେମିତି ପୂଜା
ବାଲି
ଗରଡ଼ାକୁ ଚାଉଳ ଭଜା ।
ଅର୍ଥ: ମଣିଷ
ଯେଉଁଭଳି ବ୍ୟବହାର କରିବ ତଦନୁଯାୟୀ
ଫଳ ପାଇବ ।
୮୯
ଘଇତା
ଅଯୋଗ୍ୟ ପଣେ
ମାଇପ
ଶୋଇଲା ସନ୍ତରା ବଣେ ।
ଅର୍ଥ: ଅଯୋଗ୍ୟ
ଲୋକକୁ ବାହା ହେଲେ, ତାହାର କର୍ମରୁ
ନିଜକୁ କଷ୍ଟ ପାଇବାକୁ ହେବ ।
୯୦
ଏକ
ଦଣ୍ଡବତ ନ କରି ଶହେ ଦଣ୍ଡବତ ।
ଅର୍ଥ: ଛୋଟ
କଳହକୁ ଠିକ୍ ଭାବେ ସମାଧାନ ନ କଲେ
ତାହା ବିରାଟ ରୂପ ଧାରଣ କରିବ ଓ
ତୁମକୁ ଅଧିକ ଅସୁବିଧାରେ ପକାଇବ
।
No comments:
Post a Comment