ବୈଷ୍ଣବ ପଦାବଳୀରୁ ଗୀତ - 'ଶୁକ୍ଳାଭିସାରିକା ଶ୍ରୀରାଧା: ସଖୀ ଭକ୍ତି'
କବି - ଗୋପାଳକୃଷ୍ଣ
(ରାଗ-ଶଙ୍କରାଭରଣ। ତାଳ-ଆଠତାଳୀ, ଝୁଲା)
![]() |
ଜାପାନ ଦେଶର ଚିତ୍ର (ଅଷ୍ଟାଦଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଚଳ
ଅଭିସାରେ ନବ ଜଳଦକୁନ୍ତୁଳା ।ଘୋଷା।
ରାଧେ!
ତୋ ତନୁ ତ ସ୍ୱତଃ ଅନିନ୍ଦ୍ୟ ସୁନ୍ଦର
ତହିଁକୁ
ସାଜିଛୁ ଆଜି ଶୋଭାର ସମ୍ଭାର ।୧।
ପହୁରଣ
ଶୁଭ୍ରବାସ ଅତି ସୁଶୋଭିତ
କୁଙ୍କୁମ
ଚନ୍ଦନ ପଙ୍କେ ସର୍ବାଙ୍ଗ ଚର୍ଚ୍ଚିତ ।୨।
ଅରୁଣ
ଅଧରେ ଶ୍ୱେତ-କର୍ପୁର
ରାଜିତ
କବରୀ
ଉପରେ କୁନ୍ଦ ପୁଷ୍ପମାଳା ବ୍ୟସ୍ତ ।୩।
କଣ୍ଠେ
ମୁକ୍ତା ହାରାବାଳୀ ଝଲକି ଉଜ୍ଜ୍ୱଳେ
ପ୍ରଫୁଲ୍ଲ ଶ୍ୱେତ କୁମୁଦ ଶୋଭେ କରତଳେ ।୪।
ବଳୟାବଳୀର
କାନ୍ତି ମଳୟଜେ ଲୁଚି
ଶୁକ୍ଳ
ବସନ ଭୂଷଣ ବେଶ ଦିବ୍ୟ ରୁଚି ।୫।
ଚନ୍ଦ୍ର
ଜ୍ୟୋତ୍ସ୍ନାରେ ଅଧିକେ ଦିଶେ
ମନୋହର
ଏ
ଅନୁପମ ଶୋଭାରୁ କିସ ପଟାନ୍ତର ।୬।
ଧନ୍ୟ
ରେ ଧନ୍ୟାତିଧନ୍ୟ ଶୁକ୍ଳାଭିସାରିଣୀ
ଆଜି
ଦୟିତଙ୍କ ମନ ନେବୁ ପରା କିଣି ।୭।
ସୁଚତୁରା
ପ୍ରେମାତୁରା ଗତି କର ଧୀରେ
ଅନୁସଙ୍ଗିନୀ
ଗୋପାଳକୃଷ୍ଣ ସନ୍ନିଧିରେ ।୮।
ଶବ୍ଦାର୍ଥ
ଜଳଦ-
ମେଘ
ରୁଚି-
ଶୋଭା
ଉତ୍ସ - ଶ୍ରୀ ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ । ପ୍ରଥମ ସଂସ୍କରଣ - ୧୯୮୦ । ବହିଟି ସୃଜନିକା ସଂସ୍ଥାଙ୍କର ୱେବ୍ସାଇଟ୍ 'ଓଡ଼ିଆ ବିଭବ'ରୁ ନିଆଯାଇଛି ।
No comments:
Post a Comment