ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଫେଡ଼ି ନୟନ'
(ଇଂରାଜୀ ସ୍ୱର)
![]() |
ଲିଓନାର୍ଦୋ ଦାଭିଞ୍ଚିଙ୍କର ଚିତ୍ର 'ଟୁ ହେଡ଼୍ସ୍' ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଫେଡ଼ି ନୟନ କରହେ ଦର୍ଶନ
ଭାରତାକାଶେ ନବୀନ ତପନ
ହୋଇ ଉଦୟ ଗାଇ ବ୍ରହ୍ମ-ଜୟ,
ପୁଣ୍ୟ କିରଣ କରୁଛି ବର୍ଷଣ ।
ଉଠ ହେ ଉଠ ନ କରିଣ ମଠ,
ପ୍ରେମର ଡାଲା ସାଜ ହେ ବହନ ।
ଭକ୍ତି-ଚନ୍ଦନେ ପୁଣ୍ୟର ବସନେ
ହୋଇ ଭୂଷିତ କର ଆଗମନ ।
ନବୀନ ବର୍ଷେ ମନର ହରଷେ
ନର ନାରୀଏ କର ସଙ୍କୀର୍ତ୍ତନ ।
ବିଶ୍ୱାସ-ଅଗ୍ନି ଜାଳି ଭ୍ରାତା ଭଗ୍ନି
ଡାକ ପ୍ରାଣେଶେ ଦେଇ ପ୍ରାଣ ମନ ।
ଆତ୍ମା-ଘୃତରେ ଶରୀର-କାଷ୍ଠରେ
ଜୀବନ-ଯଜ୍ଞ କର ସମାପନ ।
No comments:
Post a Comment