ବୈଷ୍ଣବ ପଦାବଳୀରୁ ଗୀତ - 'ସଖୀ ପ୍ରତି ଶ୍ରୀରାଧା'
କବି - ଗୋପାଳକୃଷ୍ଣ
ଗାୟକ - ଗୌରାଙ୍ଗ ଚରଣ ଦାସ
(ରାଗ- କାମୋଦୀ, ତାଳ-ଏକତାଳୀ)
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=fgXx05fcKS4
![]() |
ରାଧା ଓ କୃଷ୍ଣ ଚିତ୍ରକର - କୀର୍ତ୍ତିନାଥ ମଜୁମଦାର (୧୯୧୪ରେ ପ୍ରକାଶିତ) ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
କଦମ୍ୱ
ବନେ ବଂଶୀ ବାଜିଲା ରେ।
ରାଧା
ଦମ୍ଭ-ଶିଖରୀ
ଭାଜିଲା ରେ। (ଘୋଷା)
ତୋ
ବିନା ପ୍ରତିକାର, ଆନ
କେ ନାହିଁ ମୋର,
ବିବେକ-ରତନ
ମୋ ହଜିଲା ରେ ।୧।
କଢ଼ା ମୋତେ ସରଣୀ, ଆରେ
ପ୍ରାଣମିତଣି !
ନୋହିଲେ
ଜୀବନ ବରଜିଲା ରେ ।୨।
ଦେଖି
ବ୍ରଜେନ୍ଦୁ-ମୁଖ
ଲିଭାଇବି ରେ ଦୁଃଖ,
ସ୍ମରାନଳରେ
ତନୁ ଭାଜିଲା ରେ ।୩।
ପଳାଇଲାନି
ମନ, ବେଣୁ-ପତି
ଶୋଭନ
ପୀୟୁଷ-ବାରିଧିରେ
ମଜ୍ଜିଲା ରେ ।୪।
ଚାଲ
ଯିବା ଲଳିତା, ବୋଲୁଁ
କୀର୍ତ୍ତିଦାସୁତା
ମୁଖ-ସୁବର୍ଣ୍ଣାବ୍ଜ
ବିରାଜିଲା ରେ ।୫।
ଏକାନ୍ତ
ଶ୍ରୀ ଲଳିତା, ଶ୍ରୀ
ବୃଷଭାନୁ-ସୂତା,
ଗୋପାଳ-କୃଷ୍ଣ
ରହି ହେଜିଲା ରେ ।୬।
ଶବ୍ଦାର୍ଥ
ଶିଖରୀ - ପର୍ବତ
ସରଣୀ - ମାର୍ଗ
ବେଣୁପତି - ଶ୍ରୀକୃଷ୍ଣ
କୀର୍ତ୍ତିଦାସୁତା - ରାଧା
ବି.ଦ୍ର. - ଏହି ଗୀତଟି ଜାନକୀବଲ୍ଲଭ ମହାନ୍ତିଙ୍କର ସମ୍ପାଦନାରେ ପ୍ରକାଶିତ 'ବୈଷ୍ଣବ ପଦାବଳୀ' ବହିରୁ ନିଆ ଯାଇଛି । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା ଓଡ଼ିଶା ବୁକ୍ ଷ୍ଟୋର୍ ୧୯୮୦ ମସିହାରେ ଛାପି ଥିଲେ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍ସାଇଟ୍ରେ ଉପଲବ୍ଧ । ଆମେ ସଂସ୍ଥା ନିକଟରେ ଏଥି ପାଇଁ କୃତଜ୍ଞ ।