ଜାଗରେ ସର୍ବହରା
ମନମୋହନ ମିଶ୍ର
![]() |
ମୃତ୍ୟୁସାଗରରେ ଉଷା (ୱିକିମିଡିଆ କମନ୍ସ୍) |
ଜାଗରେ ସର୍ବହରା
ତ୍ୟାଗରେ ନିଦ୍ରା ତ୍ୱରା
ରୁଦ୍ଧ କାରା ଭାଙ୍ଗରେ ଭାଙ୍ଗରେ
ଭାଙ୍ଗରେ ଭାଙ୍ଗ
ଭାଙ୍ଗରେ ଭାଙ୍ଗ
ଗଗନେ ଲଞ୍ଜା ଫୁଟେ
ପବନେ ଝଞ୍ଜା ଛୁଟେ
ସାଗରେ ଉର୍ମି ମାତେ, ଘୂର୍ଣ୍ଣି ସାଥେ
ଗାଏରେ ବଜ୍ର ମନ୍ଦ୍ରେ, ଗାଏରେ କର୍ଣ୍ଣ ରନ୍ଧ୍ରେ,
ମୁକ୍ତ ଛନ୍ଦେ, ଜାଗରେ ଜାଗ
ଅନ୍ଧାରୀ ରାଜ୍ୟ ଛାଡ଼ି
ଆଲୋକ ପଥ ମାଡ଼ି
ଚାଲରେ ଯାତ୍ରୀ ଆଗେଇ ଉଲ୍କା ବେଗେ
ସଦମ୍ଭେ ଗୋଳା ଦାଗ, ଅରାତି ଦର୍ପ ଭାଙ୍ଗ
ସର୍ବଦାବୀ ମାଗରେ ମାଗ, ମାଗରେ ମାଗ ।
(ରଚନାକାଳ ୧୯୩୯ ମସିହା)
No comments:
Post a Comment