ଗାନ୍ଧୀଜୀଙ୍କର ଆଶ୍ରମ ଭଜନାବଳୀ - 'ବିଶ୍ୱ ଦେଖ ମଧୁମୟ'
କବି - ଗଙ୍ଗାଧର ମେହେର
ଗାୟକ - ରଘୁନାଥ ପାଣିଗ୍ରାହୀ
ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Ep6Ms4bhX1A
![]() |
୧୬୬୫ ମସିହାର ଏକ ବିଶ୍ୱ ମାନଚିତ୍ର (ଏହା ପ୍ରଥମ ଥର ପାଇଁ ସମୁଦ୍ରର ସ୍ରୋତ ଦେଖାଇ ଥିଲା) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ବିଶ୍ୱ ଦେଖ ମଧୁିମୟ ହେ ଜୀବନ
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ।
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ ବନ୍ଧୁ ସଦାଳାପ
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପ ।
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନ ପଥ
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁଝର ଶତ ଶତ ।
ମଧୁମୟ ବନେ ମଧୁମୟ ସ୍ୱନେ
ଗାଇ ମଧୁମୟ ଗୀତି
ବିହଙ୍ଗମ ଗଣ କରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି
ଦିନେ ଦିନପତି ରାତ୍ରେ ୠକ୍ଷ ଗତି
ସହିତ କୁମୁଦ ବନ୍ଧୁ
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ।
ମହୀ ମହୀଧର ସରିତ ସାଗରେ
ସରେ ବନେ ଉପବନେ
ଦେଖ ପୁଷ୍ପକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନେ ।
ବିଶ୍ୱନାଥଙ୍କର କରୁଣା କନ୍ଦର
ମଧୁଝର ଜନ୍ମସ୍ଥଳ
ଚାହିଁ ଝର ପ୍ରତି ଉର୍ଦ୍ଧ୍ୱେ କଲେ ଗତି
ପାଇବୁ କରୁଣା ଜଳ ।
ହେଲେ ହେଁ ତୁ ସାନ କରୁଣା ନିଧାନ
ରାଜ୍ୟରେ କରିଛୁ ବାସ
ବଢ଼ାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ।
No comments:
Post a Comment