ତେନ୍ତୁଳିର ସରବତ
ସରୋଜିନୀ ଚୌଧୁରୀ
![]() |
ତେନ୍ତୁଳି ଗଛର ଚିତ୍ର (୧୮୬୫ ମସିହାରେ ଅଙ୍କିତ) ଚିତ୍ରକର - ଫ୍ରେଡେରିକ୍ ଏଡୱିନ୍ ଚର୍ଚ୍ଚ୍ (୧୮୨୬-୧୯୦୦) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପ୍ରଣାଳୀ ଓ ଗୁଣାଗୁଣ - ପୁରୁଣା ତେନ୍ତୁଳିର ସରବତ ଖାଇଲେ କୋଷ୍ଠବଦ୍ଧ, ଶୀରପିଡ଼ା ଆରୋଗ୍ୟ ହୁଏ । ତେନ୍ତୁଳିର ମଣ୍ଡ ଜଳ ଏକ ଗିଲାସ, ପରିମାଣ ମୁତାବକ ଚିନି ଏବଂ ଦୁଇ ତିନି ଟୋପା ଲେମ୍ବୁ ରସ ଏକତ୍ର ମିଶାଇ ଶୟନ ପୂର୍ବରୁ ଆହାର ପରେ ଅଥବା ପ୍ରାତଃକାଳରେ ଖାଲି ପେଟରେ ଖାଇଲେ ଅଜୀର୍ଣ୍ଣ କୋଷ୍ଠବଦ୍ଧ ଆଦି ଭଲ ହୁଏ ।
ଯକ୍ଷ୍ମା ଓ ବ୍ରଙ୍କାଇଟିସ ରୋଗରେ ବିଶେଷତଃ ବୃଦ୍ଧାବସ୍ଥାରେ ଏକ ପ୍ରକାର ପୁରୁଣା କାଶ ହୁଏ । ତହିଁରେ ପୁରୁଣା ତେନ୍ତୁଳି, ଗୁଡ଼ ସହିତ ସେବନ କଲେ ସଞ୍ଚିତ ଶ୍ଳେଷ୍ମା ବହିର୍ଗତ ହୋଇ ଉପକାର ହୁଏ ।
ଜ୍ୱରରେ ଦାହ ଓ ପିପାସାଧିକ୍ୟ ଥିଲେ ଏକ ଆଉନ୍ସ୍ ବୀଜରହିତ ତେନ୍ତୁଳି, ଦଶ ଆଉନ୍ସ୍ ଗରମ ଜଳରେ ମିଶାଇବ, ମିଶ୍ରି ଦେବ । ଶୀତଳ ହେଲେ ପାନ କଲେ ଉଲ୍ଲିଖିତ ଉପସର୍ଗ ପ୍ରାୟ ବ୍ୟବହାର ସଙ୍ଗେ ସଙ୍ଗେ ଦୂରୀଭୂତ ହୁଏ ।
ବି.ଦ୍ର. - ତେନ୍ତୁଳିର ସରବତ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment