ବୈଷ୍ଣବ ପଦାବଳୀ - 'ସଖୀ ପ୍ରତି ଶ୍ରୀରାଧା'
(ରାଗ-ଭୈରବୀ । ତାଳ-ଆଠତାଳି)
![]() |
ରାଧା ଓ କୃଷ୍ଣ (ୱିକିମିଡିଆ କମନ୍ସ୍) |
ଶ୍ୟାମ ସମ କମନୀୟ ନାହିଁ ଆଉ
କି ସୁନ୍ଦର ପୀତପଟ ତ୍ରିଭଙ୍ଗ ମୂରଲୀ ନଟ,
ତା' ଶିର ମୁକୁଟ ଦିଶେ ଦାଉ ଦାଉ ।୧।
ଆଳି ମଙ୍ଗଳାକୁ ଜଣା, ଥିଲେ ନ ଥିଲେ କରୁଣା,
ନୟନ ସମ୍ପତ୍ତି ମୋର ଜୀଇ ଥାଉ ।୨।
ପଡ଼ିଗଲେ ତା' ନଜରେ, ମଦନ ମାଦକ ଶରେ,
ନାରୀ ହୃଦୟରୁ ଖସି ପଡ଼େ ହାଉ ।୩।
ନିନ୍ଦିଲେ ନିନ୍ଦନ୍ତୁ ଜନେ, ତା' ପଛେ ମୁଁ ବନେ ବନେ,
ଶିରେ ଘେନି ବୁଲୁଥିଲି ତା' କଠାଉ ।୪।
କବିରବି ଭାଷେ ରସେ, ମନପଥ ରତିତ୍ରାସେ,
ତା' ପ୍ରେମ ସାଗରେ ଚିତ୍ତ ବୁଡ଼ି ଯାଉ ।୫।
No comments:
Post a Comment