ପାଚିଲା ଆମ୍ବ ସିଝାର ଚଟଣି
ସରୋଜିନୀ ଚୌଧୁରୀ
![]() |
ଚିତ୍ର - 'ଆମ୍ବ ସହିତ ମହିଳା' (୧୮୯୨ ମସିହାରେ ଅଙ୍କିତ) ଚିତ୍ରକର - ପଲ୍ ଗଗାଁ (୧୮୪୮-୧୯୦୩) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପ୍ରଣାଳୀ - ପାଚିଲା ଆମ୍ବ (ଖଟା) ଭାତରେ ପକାଇ ସିଝାଅ । ଥଣ୍ଡା ହେଲେ ଦୁଧ, ଚିନି, କର୍ପୁର ଟିକେ ଏବଂ ଅଦା ଖଣ୍ଡେ ଛଡ଼ାଇ ଖୁବ ସରୁ ସରୁ କାଟି ମିଶାଅ ।
ଗୁଣାଗୁଣ - ଆମ୍ବ ଚଟଣି ଅମ୍ଳ-ମଧୁର-ରସ, ସ୍ନିଗ୍ଧ, ଗୁରୁପାକ, ରୁଚିଜନକ ଓ ତୃପ୍ତିକାରକ ।
ବି.ଦ୍ର. - ପାଚିଲା ଆମ୍ବ ସିଝାର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment