ପୁରୀ ଜିଲ୍ଲା ସ୍କୁଲରେ ପାଠ ସହ ଶାଠ: ସିନେମା ଦେଖା
![]() |
ପୁରୀର ଦିଗବାରେଣୀ ଛକ (ୱିକିମିଡିଆ କମନ୍ସ୍) |
ପ୍ରସିଦ୍ଧ
ଇଂରାଜୀ ପ୍ରଫେସର ସର୍ବେଶ୍ୱର
ଦାଶଙ୍କର ହାଇସ୍କୁଲ ଶିକ୍ଷାର
ବହୁଳାଂଶ ଘଟେ ତାଙ୍କ ବାପାଙ୍କର
ପୁରୀ ସହରକୁ ବଦଳି ହେବା ପରେ,
୧୯୩୫
ରୁ ୧୯୪୦ ମସିହା ମଧ୍ୟରେ । ଏହି
ସମୟରେ ବାଳକ ସର୍ବେଶ୍ୱର ଯେ କେବଳ
ପାଠ ପଢ଼ାରେ ମନଯୋଗ ଦେଉଥିଲେ
ତାହା ନୁହେଁ,
ନାନାଦି
ଶାଠରେ ମଧ୍ୟ ତାଙ୍କର ସମୟ ବିତୁଥିଲା
। ଏଥିରୁ ଗୁରୁତ୍ତ୍ୱପୂର୍ଣ୍ଣ
ଥିଲା ସିନେମା ଓ ଥିଏଟର ଦେଖା ।
ମୋଚି
ସାହି ଛକରେ ଏବେ ଯେଉଁଠାରେ ବଜାରଟି
ଅଛି,
ସେଠି
ସେବେ ଥିଲା ଏକ ବିସ୍ତୀର୍ଣ୍ଣ
ପ୍ରାନ୍ତର । ସେହି ପଡ଼ିଆରେ ତମ୍ବୁ
ପଡ଼େ । ତାହା ଭିତରେ ନାନାଦି
ଭ୍ରାମ୍ୟମାଣ କମ୍ପାନୀ ଆସି
ଚଳଚିତ୍ର ପ୍ରଦର୍ଶିତ କରନ୍ତି
। ସେହି କମ୍ପାନୀମାନଙ୍କ ଭିତରୁ
ସବୁଠାରୁ ସ୍ମରଣୀୟ ଥିଲା ଚାମୋରିଆ
। ଏହି ପଡ଼ିଆରେ ତମ୍ବୁ ଭିତରେ
ସର୍ବେଶ୍ୱର ଦେଖିଥିଲେ ‘ଦକ୍ଷଯଜ୍ଞ’
ବହିଟି
। ସର୍ବେଶ୍ୱର ବାବୁ ତାଙ୍କର
ଆତ୍ମଜୀବନୀରେ କହନ୍ତି ଯେ,
ଏହି
ଚଳଚିତ୍ରଟି ଥିଲା ଏକ ନୀରବ ଫିଲ୍ମ
। ଯଦି ଏହା ସତ,
ତାହା
ହେଲେ,
ଏହା
୧୯୨୦ ମସିହାରେ ନିର୍ମିତ ‘ସତୀ
ପାର୍ବତୀ ବା ଦକ୍ଷଯଜ୍ଞ” ସିନେମାଟି
ହୋଇ ପାରେ । ଅବଶ୍ୟ ସତୀଙ୍କ ମୃତ୍ୟୁ
ବିଷୟକ ଏହି କାହାଣୀଟି ପରେ ୧୯୨୨
ମସିହାରେ ପ୍ରସିଦ୍ଧ ମଦନ ଥିଏଟର
କମ୍ପାନୀଙ୍କ ଦ୍ୱାରା ଏବଂ ୧୯୨୭
ମସିହାରେ ବିଶିଷ୍ଟ ଚଳଚିତ୍ରକାର
ଜି.
ଭି.
ସାହାନିଙ୍କ
ଦ୍ୱାରା ପୁନଃନିର୍ମିତ ହୋଇଥିଲା
। ଏହା ଛଡ଼ା ୧୯୩୮ ମସିହାରେ ରାଜା
ଚନ୍ଦ୍ରଶେଖରଙ୍କ ଦ୍ୱାରା ତାମିଲ
ଭାଷାରେ ସେହି ‘ଦକ୍ଷଯଜ୍ଞ’ ନାଁରେ
ହିଁ ବହିଟି ଆଉ ଥରେ ତିଆରି ହୋଇ
ଥିଲା । ଏହି ତାମିଲ ଚଳଟିତ୍ରରେ
ଏମ୍.
ଜି.
ରାମଚନ୍ଦ୍ରନ
ଅଭିନୟ କରିଥିଲେ ।
ନିଜ
ଆତ୍ମଜୀବନୀରେ ସର୍ବେଶ୍ୱର ବାବୁ
କହନ୍ତି ଯେ,
୧୯୩୭
ମସିହାର ଶେଷ ବେଳକୁ ତାଙ୍କର ଭିଣେଇ
ଭୀମସେନ ମିଶ୍ର ଓ ମଙ୍ଗୁମଠର
ମ୍ୟାନେଜର ପାଣ୍ଡେ ଚଳଚିତ୍ର
ପ୍ରଦର୍ଶନ ପାଇଁ ପୁରୀ ସହରର ପ୍ରଥମ
ଥେଟର ତିଆରିଲେ । ଥିଏଟରଟିର ନାଁ
ଥିଲା ‘ଲକ୍ଷ୍ମୀ ଟକିଜ୍’ । ଏହା
ନିର୍ମିତ ହୋଇଥିଲା ରାମଚଣ୍ଡି
ସାହିରେ । ପ୍ରଥମ ପ୍ରଦର୍ଶିତ
ବହିଟି ବୋଧ ହୁଏ ଥିଲା,
‘ଚଣ୍ଡିଦାସ’
।
ଏହି ବଙ୍ଗଳା ସିନେମାଟି କିନ୍ତୁ
ତିଆରି ହୋଇଥିଲା କିଛି ସାଲ ପୂର୍ବରୁ,
୧୯୩୨
ମସିହାରେ । ଚଳଚିତ୍ରଟିର ନିର୍ଦ୍ଦେଶକ
ଥିଲେ ଦେବକୀ ବସୁ । ସଙ୍ଗୀତ
ଦେଇଥିଲେ,
ରାଇଚାନ୍ଦ
ବରାଳ । ଧୋବଣୀ ଝିଅ ରାମୀର ପ୍ରେମରେ
ପଡ଼ିଥିବା ବଇଷ୍ଟଁବ ସାଧକ
ଚଣ୍ଡିଦାସଙ୍କର ଭୂମିକାରେ ଅଭିନୟ
କରିଥିଲେ ଦୁର୍ଗାଦାସ ବନ୍ଦ୍ୟୋପାଧ୍ୟାୟ
। ସିନେମାଟିର ଅନେକ ଗୀତର ଗାୟନ
ପାଇଁ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର
ଦେ ।
ପ୍ରଥମ
ଓଡ଼ିଆ ଚଳଚିତ୍ର ‘ସୀତା ବିବାହ’
ଏହା
ପରେ ପରେ ‘ଲକ୍ଷ୍ମୀ ଟକିଜ୍’ରେ
ହିଁ ପ୍ରଦର୍ଶିତ ହୋଇଥିଲା ।
କିନ୍ତୁ ଯେହେତୁ ସୀତା ବିବାହର
ଲୋକାର୍ପଣ ଲକ୍ଷ୍ମୀ ଟକିଜ୍ରେ
ହିଁ ୨୮ ଅପ୍ରେଲ,
୧୯୩୬
ମସିହାରେ ହୋଇଥିଲା,
ଏଣୁ
ଥିଏଟରଟି ନିଶ୍ଚିତ ଭାବରେ ଏହା
ପୂର୍ବରୁ ତିଆରି ହୋଇଥିବ ।
ସର୍ବେଶ୍ୱର ବାବୁଙ୍କ ସ୍ମୃତି
ଅନୁସାରେ ଏହା ପରେ,
ଲକ୍ଷ୍ମୀ
ଟକିଜରେ ସେ ଦେଖିଥିବା ତୃତୀୟ
ଚଳଚିତ୍ର ହେଲା ବଙ୍ଗାଳୀ ବହି,
‘ବିଦ୍ୟାପତି’
। ଏହି ସିନେମାଟିର ନିର୍ଦ୍ଦେଶକ
ମଧ୍ୟ ଥିଲେ ଦେବକୀ ବସୁ । କାନନ
ଦେବୀ ଓ ପୃଥ୍ୱୀରାଜ କପୁରଙ୍କ
ଭଳି ଅନେକ ବିଶିଷ୍ଟ ଅଭିନେତା
ଏଥିରେ କାମ କରିଥିଲେ ।
ଏହା
ଛଡ଼ା ବଙ୍କିମଚନ୍ଦ୍ରଙ୍କର
ଉପନ୍ୟାସଗୁଡ଼ିକୁ ଭିତ୍ତି କରି
ନିର୍ମିତ ଚଳଚିତ୍ର ଯଥା ‘କପାଳ
କୁଣ୍ଡଳା’ ଓ ‘ବିଷବୃକ୍ଷ’,
ଶରତଚନ୍ଦ୍ରଙ୍କର
‘ଦେବଦାସ’ (୧୯୩୫
ମସିହା)
ଓ
‘ଦତ୍ତା’ (ଫିଲ୍ମ
ରୂପଟି ‘ବିଜୟା’ ନାଁରେ ନାମିତ
ହୋଇଥିଲା)
ଓ
‘ପଲ୍ଲୀ ସମାଜ’ ଆଦି ଉପରେ ତିଆରି
ସିନେମାଗୁଡ଼ିକ ମଧ୍ୟ ବାଳକ
ସର୍ବେଶ୍ୱର ଦେଖିଥିଲେ । ଦେବଦାସ
ଭୂମିକାରେ ଅଭିନୟ କରିଥିବା
ପ୍ରମଥେଶ ବରୁଆଙ୍କ କାମ ତାଙ୍କୁ
ବିଶେଷତଃ ପ୍ରଭାବିତ କରିଥିଲା
। ଏହି ଦେବଦାସ ସିନେମାଟି ତଥା
ସେହି ସମୟରେ ଅନେକ କିଛି ସ୍ମରଣୀୟ
ଚଳଚିତ୍ର,
ବଙ୍ଗଳାର
ସେବେର ସବୁଠାରୁ ନାଁକରା ଷ୍ଟୁଡ଼ିଓ
‘ନ୍ୟୁ ଥିଏଟର’ ତିଆରି କରିଥିଲେ
।
ସର୍ବେଶ୍ୱରଙ୍କ
ପାଇଁ ପ୍ରମଥେଶ ବରୁଆଙ୍କ ‘ମୁକ୍ତି’
(୧୯୩୭
ମସିହାରେ ନିର୍ମିତ)
ତଥା
‘ଅଭିନୟ’ ଆଦି ଚଳଚିତ୍ରଗୁଡ଼ିକ
ମଧ୍ୟ ସ୍ମରଣୀୟ ଥିଲା । ସେତେବେଳେ
ନାୟକ ନାୟିକା ମାନେ ଚଳଚିତ୍ରରେ
ନିଜେ ନିଜର ଚରିତ୍ରର ଗୀତଗୁଡ଼ିକର
ଗାୟନର ଭାର ତୁଲାଉଥିଲେ । ନାୟକ
ଭାବରେ ଅହୀନ୍ଦ୍ର ଚୌଧୁରୀ ଓ ଶିଶିର
ଭାଦୁଡ଼ି ଓ ନାୟିକା ରୂପରେ ପାହାଡ଼ି
ସାନ୍ୟାଲ,
କାନନବାଲା
ଓ ଉମାସଶୀ ଆଦି ନିଜ ଅଭିନୟ ଦ୍ୱାରା
ତାଙ୍କର କିଶୋର ମନରେ ଛାପ ଛାଡ଼ି
ଯାଇଥିଲେ ।
ବଙ୍ଗଳା
ସିନେ ଶିଳ୍ପର ଏହି ଚଳଚିତ୍ରଗୁଡ଼ିକ
ଛଡ଼ା ସର୍ବେଶ୍ୱର ଓ ତାଙ୍କ ଭାଇମାନେ
ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିର
ବହିଗୁଡ଼ିକ ମଧ୍ୟ ଦେଖୁଥିଲେ
ଲକ୍ଷ୍ମୀ ଟକିଜ୍ରେ । ଏହି ସିନେମା
ମଧ୍ୟରୁ ଅନେକ ଥିଲା ଜେ.
ବି.
ଏଚ୍.
ୱାଡ଼ିଆ
ଓ ହୋମି ୱାଡ଼ିଆ ପାର୍ସୀ ଭାତୃଦ୍ୱୟଙ୍କ
ଚଳଚିତ୍ର ନିର୍ମାଣ କମ୍ପାନୀ
‘ୱାଡ଼ିଆ ମୁଭିଟୋନ’ ଦ୍ୱାରା
ତିଆରି । ଏହି ଚଳଚିତ୍ରଗୁଡ଼ିକରେ
ଅନେକ ସମୟରେ ପ୍ରଦର୍ଶିତ ହେଉଥିଲା
ନାନାଦି ଦୁଃସାହସିକ କାର୍ଯ୍ୟାବଳୀ
-
ଯଥା,
ଚଳନ୍ତା
ରେଳଗାଡ଼ି ଉପରେ ମାଡ଼ପିଟର ଦୃଶ୍ୟ,
କୋର୍ଟ
କଚେରୀରେ ମହିଳା ଓକିଲ କିମ୍ବା
ଅପରାଧୀଙ୍କର ଜବାବସୁଆଲ ଇତ୍ୟାଦି
। ସର୍ବେଶ୍ୱର ବାବୁଙ୍କର ବର୍ଣ୍ଣନାରୁ
ଯ।ହା ଅନୁମାନ କରାଯାଇ ପାରେ,
ସେ
ଦେଖିଥିବା ୱାଡ଼ିଆ ମୁଭିଟୋନର
ଚଳଚିତ୍ରଗୁଡ଼ିକ ବୋଧ ହୁଏ ଥିଲା,
‘ହଣ୍ଟରୱାଲି’,
‘ମିସ୍
ଫ୍ରଣ୍ଟିଅର୍ ମେଲ୍’ ଓ ‘ପଞ୍ଜାବ୍
ମେଲ୍’ ଇତ୍ୟାଦି ବହି ।
ଲକ୍ଷ୍ମୀ
ଟକିଜ ଯେହେତୁ ଭିଣୋଇଙ୍କର ଥିଲା,
ସର୍ବେଶ୍ୱର
ବାବୁ ଏକେଲା କିମ୍ବା ଭାଇମାନଙ୍କ
ସହ ସେଠି ଚଳଚିତ୍ର ଦେଖିଲେ ମାଗଣାରେ
ଦେଖୁଥିଲେ । ହେଲେ ସାଙ୍ଗମାନଙ୍କ
ସହ ଗଲେ ଟିକଟ କାଟୁଥିଲେ । ସ୍ୱାଧୀନତା
ପୂର୍ବର ସେହି ରକ୍ଷଣଶୀଳ ସମୟରେ
ମଧ୍ୟ ସର୍ବେଶ୍ୱର ବାବୁଙ୍କୁ
ତାଙ୍କ ବାପା ଅକାତରେ ସିନେମା
ଦେଖିବାକୁ ଛାଡ଼ୁଥିଲେ । ଅବଶ୍ୟ
ସବୁ ଥର ଅନୁମତି ନେବାକୁ ପଡ଼ୁଥିଲା
। ଆଉ ସିନେମା ଦେଖି ଫେରି ସାରି
ବାପାଙ୍କ ସହ ବହିଟି ଆଲୋଚନା
କରିବାକୁ ପଡ଼ୁଥିଲା । ଅନୁମତି
ମାଗିଲା ବେଳେ ବାପା ଯଦି ଥଙ୍ଗଥଙ୍ଗ
ହୋଇ କହନ୍ତି,
‘ହଉ
ଯାଅ’,
ତାହା
ହେଲେ ସର୍ବେଶ୍ୱର କି ତାଙ୍କ
ଭାଇମାନେ ଆଉ ସିନେମାଟି ଦେଖିବାକୁ
ଯାଆନ୍ତି ନାହିଁ । ହେଲେ ସିନେମା
ଦେଖି ଦେଖି ସେମାନେ ଅନେକେ ବଙ୍ଗଳା
ଓ ହିନ୍ଦୀ ଗୀତ ଜାଣିଯାଇ ଥାଆନ୍ତି
।
ବି.ଦ୍ର.
- ଏହି
ଲେଖାଟି ସର୍ବେଶ୍ୱର ଦାଶଙ୍କର
ଆତ୍ମଜୀବନୀ ‘ମୋ କାହାଣୀ’ରୁ
ସଙ୍ଗୃହିତ । ଏହି ବହିଟି ୨୦୦୯
ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା
‘ଶିକ୍ଷାସନ୍ଧାନ’ ଛପାଇଥିଲେ ।
No comments:
Post a Comment