Friday, December 01, 2017

କାକୁଡ଼ି ଚଟଣି


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - ତିନୋଟି ମଝିଆଳିଆ କଞ୍ଚା ବଡ଼ କାକୁଡ଼ି, କୋଡ଼ିଏ ଗ୍ରାମ ଗୋଲମରିଚ ଗୁଣ୍ଡ, ଦଶ ଗ୍ରାମ ସୋରିଷ ତେଲ, ପନ୍ଦର ଗ୍ରାମ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ -  କାକୁଡ଼ିଗୁଡ଼ିକର ଚୋପା ଛଡାଇ ଦିଅନ୍ତୁ । ଏହା ପରେ ଗୋଟା କାକୁଡ଼ିଗୁଡ଼ିକୁ ଫୁଟୁଥିବା ଭାତ ବା ଡାଲିରେ ପକାଇ ଦିଅନ୍ତୁ । ସିଝିଗଲେ ରେକାବିରେ ରଖି ସରୁ ସରୁ କରି କାଟନ୍ତୁ ।  ତେଲ, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ ଓ ଲୁଣ ମିଶାଇ ଭଲ କରି ଚକଟି ଦିଅନ୍ତୁ ।


ଗୁଣାଗୁଣ - ବଡ଼କାକୁଡ଼ି ମଧୁର ରସ, ଶୀତଳ, ଗରୁପାକ, ରୁଚିକାରକ, ବାୟୁବର୍ଦ୍ଧକ, ମୂତ୍ରକାରକ ଓ କଫଜନକ ଏବଂ ଦାହ, ବାନ୍ତି, ପିତ୍ତ, ଭ୍ରମ, ମୂତ୍ରକୂଚ୍ଛ ଓ ମୂତ୍ରାଶ୍ମରୀ ରୋଗରେ ଉପକାରକ ।


ବି.ଦ୍ର. - କାକୁଡ଼ି ଚଟଣି  ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment