Monday, May 27, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୭ - ଭୁସୁକୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଚିତ୍ରକର - ସୁଜୁକି ହାରୁନୋବୁ (୧୭୨୫-୧୭୭୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏବେ କାହାକୁ ଧରି କାହାକୁ ଦେବି ଛାଡ଼ି
ମୋ ଚାରିପଟେ ପଡ଼ଇ ହାକା ହାକା ରଡ଼ି ।

ମାଉଁସ ପାଇଁ ସିଏ ହେଲା ନିଜ ବଇରି
ମିରିଗକୁ ଛାଡ଼ିଦେବ କେଉଁଠି ଶିକାରୀ ।

ହରିଣ ଯେ, ଖାଏନା ଘାସ ପିଏନା ପାଣି,
ଜାଣେନା କେଉଁଠି ଅଛି ତା' ହରିଣ ରାଣୀ ।

ଏ ବଣ ଛାଡ଼ି ଚାଲି ଯା' ଦୂର ଦୂରାନ୍ତରେ
ଭ୍ରାନ୍ତ ତୁହି ଦେଖିବୁନି କେବେ କେଉଁଠାରେ ।

ଛୁଟନ୍ତ ସେଇ ହରିଣ ଯିବ ନାହିଁ ଦେଖା,
ଭୁସୁକୁର ଏ ପାଠ ନ ବୁଝେ ମୂଢ଼ ସଖା ।

No comments:

Post a Comment