Wednesday, May 01, 2019

ଗାନ୍ଧୀ ଆଶ୍ରମ ପ୍ରାର୍ଥନା, 'ତୁମେ ଗଢ଼ିଛ ଏ ଟିକି ଚଢ଼େଇଟି'

କବି - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁମେ ଗଢ଼ିଛ ଏ ଟିକି ଚଢ଼େଇଟି
ଟିକି ଗଛ ଡାଳେ ବସେ
ତୁମେ ଗଢ଼ିଛ ଏ ଆକାଶ ରାଇଜ
ଯହିଁ ଜହ୍ନମାମୁଁ ହସେ ।

ତୁମେ ଶିଖାଇଛ ଟିକି ବାଛୁରୀକି
ଫୁକୁର ଫୁକୁର ଚାଲି
ତୁମେ ଫୁଟାଇଛ ରଙ୍ଗଣୀ ଲତାରେ
ଟିକି ଟିକି ଫୁୁଲ ନାଲି ।

ଟିକି ଶିଶୁ ମୁହିଁ ନ ଜାଣେ କେ ତୁମେ
କେଉଁଠି ବା ତୁମେ ରୁହ
ଟିକି ମନେ ମୋର ପୁରାଅ ସାହସ
ଦୂର ହେଉ ମିଛ ଭୟ ।

No comments:

Post a Comment